STORYMIRROR

DILIP KUMAR SAHOO

Romance Others

2  

DILIP KUMAR SAHOO

Romance Others

ମୋ ମନ ଲଣ୍ଠନ ତେଜି

ମୋ ମନ ଲଣ୍ଠନ ତେଜି

1 min
91

  

     

    କଥାରେ ତୋ ଗଲି ହଜି

    ପ୍ରିତି ରେ ତୋ ଗଲି ଭିଜି

 ପ୍ରେମ ପାଇଁ କରିଦେଲୁ ପାଗଳ ଆଜି

    ମୋ ମନ ଲଣ୍ଠନ ତେଜି


 ଭଲଲାଗେ ତୋ ସାଥିରେ            

 ବରଷାରେ ଭିଜିବାରେ

  ଭଲଲାଗେ ତୋସାଥିରେ             

ସପନରେ ହଜିବାରେ

 ଭଲଲାଗେ ତୋଆଖିରେ                

 ମୋ ମୁହଁକୁ ଖୋଜିବାରେ

  ଭଲଲାଗେ ଗଭାକୁ ତୋ             

ଗଜରାରେ ସାଜିବାରେ

    ମିଠାମିଠା ହସ ତୋର

    କମକୁଟା ବେଶ ତୋର

   ମତୁଆଲା କରିଦେଲା ମୋତେ ଆଜି

   ମୋ ମନ ଲଣ୍ଠନ ତେଜି


ଭଲଲାଗେ ତୋତେ ନେଇ               

  ନୂଆ ଗପ ଲେଖିବାରେ

ଭଲଲାଗେ ଆଖିବୁଜି                    

ତୋ ମୁହଁକୁ ଦେଖିବାରେ

ଭଲଲାଗେ ଛବିକୁ ତୋ               

ଚଉଦିଗେ ଆଙ୍କିବାରେ

ଭଲଲାଗେ ଦେହକୁ ତୋ               

କବିତାରେ ଢାଙ୍କିବାରେ

   ତୁ ତ ମୋର ଫୁଲରାଣୀ

   ତୁ ତ ମୋର ହୀରାଖଣି

  ତୋ ପାଇଁ ମୁଁ ଭୁଲିଗଲି ନିଜକୁ ଆଜି

 ମୋ ମନ ଲଣ୍ଠନ ତେଜି..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance