ମୋ ମାଆ
ମୋ ମାଆ
ମୋ ମାଆ କାନ୍ଦୁଥିଲା ପୁଅ ଟେ ପାଇ
ଜଗତର ନାଥ ଜଗନ୍ନାଥ ପାଖ କୁ ଯାଇ
ସେ ପୁଅ ଯେ ହେଲେ ମାଆ ଯେ ଖୁସି
ହଜି ଗଲା ତା ମୁହଁ ରୁ ଦୁଃଖ ର ଛାଇ ।।
ଦଶ ମାସ ଦଶ ଦିନ ଯେ ଗର୍ଭେ ଧରି
କରିଥିଲା ଯେ ମତେ ମୋ ମାଆ ଜନମ
ତା ହାତ ଧରି ମୁଁ ଯେ ଚାଲି ଶିଖି ଥିଲି
ମତେ ଯେ ଦେଖେଇ ଥିଲା କେତେ ସପନ ।।
ହେଲା ସେ ସପନ ସତ ଦେଖିଲି ମୁଁ ନୂଆ ବାଟ
ସରକାରୀ ଚାକିରୀ କଲି ବିଦେଶ ଯାଇ
ଭୁଲି ଗଲି ଦିନେ ସେ ମାଆ ର ମମତା
ରହି ଗଲି ବିଦେଶେ ମୋ ମାଆ କୁ ପାସେରି ।।
କେମିତି ରହିବି ତୋ ବିନା ଲୋ ମାଆ
ଆସିବି ଦିନେ ମୁଁ ଫେରି ତୋ ପାଖକୁ
ଯିବିନି ଯେ ସେ ବିଦେଶ କୁ ଆଉ
ତୁ ଥିଲେ ମୁ ଆଉ ଡରିବି କାହାକୁ ।।
ତୋ ଗୁଣ ଆଉ କି ଗାଇବି ମାଆ
ସବୁ ଦୁଃଖ ସହି ଦେଲୁ ଯେ ସୁଖ
ତୁ ଅଛୁ ବୋଲି ଲୋ ମାଆ
ଆସୁନି ମୋ ମୁଣ୍ଡ ରେ ଆଉ ଦୁଃଖ ।।
ଶହେ ଜନମ ନେଲେ ମଧ୍ୟ ମାଆ
ସୁଝି ପାରିବି କି ଲୋ ତୋ ଋଣ
ରାମାୟଣ ଭାଗବତ ଭୁଲି ହୋଇଯିବ
ଯଦି ଗାଇ ବସିଲେ ତୋ ଗୁଣ ।।