STORYMIRROR

Sachidanand Seth

Abstract Fantasy Inspirational

3  

Sachidanand Seth

Abstract Fantasy Inspirational

ମୋ ମାଆ

ମୋ ମାଆ

1 min
236

ମୋ ମାଆ କାନ୍ଦୁଥିଲା ପୁଅ ଟେ ପାଇ

ଜଗତର ନାଥ ଜଗନ୍ନାଥ ପାଖ କୁ ଯାଇ

ସେ ପୁଅ ଯେ ହେଲେ ମାଆ ଯେ ଖୁସି

ହଜି ଗଲା ତା ମୁହଁ ରୁ ଦୁଃଖ ର ଛାଇ ।।

 ଦଶ ମାସ ଦଶ ଦିନ ଯେ ଗର୍ଭେ ଧରି

କରିଥିଲା ଯେ ମତେ ମୋ ମାଆ ଜନମ

ତା ହାତ ଧରି ମୁଁ ଯେ ଚାଲି ଶିଖି ଥିଲି

ମତେ ଯେ ଦେଖେଇ ଥିଲା କେତେ ସପନ ।।

ହେଲା ସେ ସପନ ସତ ଦେଖିଲି ମୁଁ ନୂଆ ବାଟ

ସରକାରୀ ଚାକିରୀ କଲି ବିଦେଶ ଯାଇ

ଭୁଲି ଗଲି ଦିନେ ସେ ମାଆ ର ମମତା

ରହି ଗଲି ବିଦେଶେ ମୋ ମାଆ କୁ ପାସେରି ।।

କେମିତି ରହିବି ତୋ ବିନା ଲୋ ମାଆ

ଆସିବି ଦିନେ ମୁଁ ଫେରି ତୋ ପାଖକୁ

ଯିବିନି ଯେ ସେ ବିଦେଶ କୁ ଆଉ

ତୁ ଥିଲେ ମୁ ଆଉ ଡରିବି କାହାକୁ ।।

ତୋ ଗୁଣ ଆଉ କି ଗାଇବି ମାଆ

ସବୁ ଦୁଃଖ ସହି ଦେଲୁ ଯେ ସୁଖ

ତୁ ଅଛୁ ବୋଲି ଲୋ ମାଆ

ଆସୁନି ମୋ ମୁଣ୍ଡ ରେ ଆଉ ଦୁଃଖ ।।

ଶହେ ଜନମ ନେଲେ ମଧ୍ୟ ମାଆ

ସୁଝି ପାରିବି କି ଲୋ ତୋ ଋଣ

ରାମାୟଣ ଭାଗବତ ଭୁଲି ହୋଇଯିବ

ଯଦି ଗାଇ ବସିଲେ ତୋ ଗୁଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract