STORYMIRROR

Sachidanand Seth

Romance

3  

Sachidanand Seth

Romance

ସେ ଝିଅ .......

ସେ ଝିଅ .......

1 min
252

ଗୋଟେ ସୁନ୍ଦରୀ ଝିଅଟେ

      ମୋତେ ଭଲ ପାଉଥିଲା

ପାଖକୁ ଆସି ତା' ମନ କଥା

      ଖୋଲି ଦିନେ କହିଥିଲା ।।


 କି ସରଳ ସ୍ଵଭାଵ ତାହାରି

       ଗୋଲାପ ଫୁଲ ପରି ଦେହ

ସୂର୍ଯ୍ୟର କିରଣେ ଦିଶୁଥିଲା

         ତା ଗୋରା ସୁନ୍ଦର ମୁହଁ ।।


ଥରେ ଦେଖାରେ ସେ ସୁନ୍ଦରୀ

        କିଣି ନେଇଥିଲା ମୋ ମନ

ଯେବେ ତାକୁ ନିରେଖି ଦେଖେ

         ବଢିଯାଏ ମୋ ସ୍ପନ୍ଦନ ।।


ଅତି ଆପଣାର କରିଥିଲା ମୋତେ

           ମନକୁ ଦେଇ ତା'ର

ଜୀବନ ପଥର ଚାଲିବାକୁ

           କହିଥିଲା କେତେଥର ।।


କୋଉଠି ଥିଲା ରାଜକୁମାର

        ଦିନେ ସେ ଅଶ୍ୱ ସାଥୀରେ ଆସିଲା

ପ୍ରିୟାକୁ ମୋର ମୋଠୁ ନେଇ

               କୁଆଡେ ଚାଲି ଗଲା ।।


ଠିକ ସମୟରେ ରାଜକୁମାର

             ହେଲା ଆମ ପ୍ରେମରେ କାଳ

ମିଳନ ଆମର ହୋଇନପାରିଲା

               ପ୍ରେମ ହେଲା ଅମଙ୍ଗଳ ।।


ବାଃ ରେ ବିଧାତା ସତ୍ୟରେ ତ କଲୁ

             ପୁଣି କଳି ଯୁଗେ ଏଇ ତୋ ଲୀଳା

ସୁନ୍ଦର ଆମର ପ୍ରେମ କାହାଣୀକୁ

                କରି ଦେଲୁ ଗୋଟେ ପାଲା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance