STORYMIRROR

Sachidanand Seth

Children

3  

Sachidanand Seth

Children

ଆସ ରେ ଆସ ଅଙ୍ଗନୱାଡି ଯିବା

ଆସ ରେ ଆସ ଅଙ୍ଗନୱାଡି ଯିବା

1 min
272

ଏ ରାମୁ ଏ ଗୋପୀ ଏ ଶିବା

ଆସରେ ଆମେ ଅଙ୍ଗନୱାଡି ଯିବା

ମିଳିମିଶି ଆମେ ଯେ କେତେ ଖେଳ ଖେଳିବା

କଥାରେ କଥାରେ ଆମେ କେତେ ଯେ ପାଠ ଶିଖିବା ।।


 ନାହିଁ କିଛି ଭେଦ ଭାବ ଆମେ ସବୁ ଏକ ହେବା

ନୂଆ ନୂଆ କଥା ସବୁ ଜାଣିବା

କେତେ ଯେ ପାଠ ପଢ଼ିବା

ଦୁନିଆରେ ଦିନେ ନାମ ରଖିବା ।।


 ଆମେ ନାନା ପ୍ରକାର ଖାଦ୍ୟ ଖାଇବା

ଏକ ହୋଇ ଆମେ ପାଠ ଯେ ପଢ଼ିବା 

ଶୂନ୍ୟ ଆକାଶକୁ ଚାହିଁ ଜହ୍ନମାମୁକୁ ଦେଖିବା

ଏଇଟି ଆମ ଘର କରିବା ।।


ହାତୀ ,ଘୋଡ଼ା ,ବାଘ ସବୁ ଦେଖିବା

ଚିତ୍ର ଦେଖି ଆମେ ପାଠ ପଢ଼ିବା

ଗୀତ ଆମେ ଯେ ଗାଇବା 

ନାଚ ଆମେ ଯେ କରିବା ।।


ଭାଇ ଭଉଣୀ ଆମେ ମିଳିମିଶି ରହିବା 

ଘରକୁ ଗଲେ ପାଠ ପଢ଼ିବା

ମାଆ କଥାରେ ରାଜି ହେବା

ଘରେ ଆମେ ସୁନା ପୁଅ ବୋଲାଇବା ।।


 ଆସରେ ଆସରେ ଆସ 

ଆମେ ସମସ୍ତେ ଅଙ୍ଗନୱାଡି ଯିବା ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children