STORYMIRROR

Siba Sethy

Abstract Fantasy

4  

Siba Sethy

Abstract Fantasy

ମୋ ମାଆ

ମୋ ମାଆ

1 min
412

ମାଆର ପଣତ ଶ୍ରୀମନ୍ଦିର ନେତ

ସ୍ନେହ ମମତାର ଘର।

ବିପଦେ ଆପଦେ ରକ୍ଷା କବଚ ସେ

କରେ ନାହିଁ କେବେ ପର।।

ଦଶ ମାସ ଦଶ ଦିନ ଗର୍ଭ ଧରି।

ଜନମ ଦେଇଛି ସିଏ ।

ତା ଠାରୁ ବଳି କେ ଏହି ସଂସାରରେ

କୁହ ଭାଈ ଅଛି କିଏ ?

ମାଆର ପରଶେ ଦୁଃଖ ଶୋକ ସବୁ

କ୍ଷଣକେ ଯାଏ ଉଭେଇ।

ମାଆର ଆଶିଷେ କଠିନ କାମ ବି

ଯାଏ ତ ସରଳ ହୋଇ।।

କରୁଣାମୟୀ ସେ ଦୟାର ସାଗର

ତା ପଦେ ସରଗ ସୁଖ।

ମାଆ ହାତ ଧରି ବାଟ ଚାଲୁଥିଲେ

ଦୂରତା ବି ହୁଏ ପାଖ।।

ମାଆ ଶବଦ ଟି ଅମୃତ ସମାନ

ସେ ନାମରେ ଅଛି ଜୟ।

ମାଆ ନାମ ସ୍ମରି ମାତୃ ସେବା କଲେ

ଦୂର ହୁଏ ପାପ ଭୟ।।

ମାଆ ଠାରୁ ବଳି ଏ ତିନି ଭୂବନେ

ଅଛି କି ଆମର ଜ୍ୟୋତି।

ଗୋଟିଏ ହୃଦୟେ ଗୋଟିଏ ସାଙ୍ଗରେ

ସତ୍ୟ ଶାନ୍ତି ମୈତ୍ରୀ ପ୍ରୀତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract