STORYMIRROR

Sujata Routray

Inspirational

3  

Sujata Routray

Inspirational

ମୋ ଲେଖନୀର ଅନ୍ତରାଳେ

ମୋ ଲେଖନୀର ଅନ୍ତରାଳେ

1 min
380

ମୁଁ ଲେଖେ ପିଲାବେଳୁ

ମନେ ନାହିଁ ନିର୍ଦ୍ଦିଷ୍ଟ କେବେଠୁ

ପଢିଲା ବେଳେ ଶବ୍ଦ ସବୁ

ଆଙ୍କି ହୋଇଯାନ୍ତି ଖାତାସବୁରେ


କେତେବେଳେ ରଫଖାତାରେ

ତ କେତେବେଳେ ଅନ୍ୟାନ୍ୟ ଖାତା ପଛରେ

ସ୍କୁଲ,କଲେଜ ମ୍ୟାଗାଜିନରେ

ତ କେବେ ଓ୍ବାଲ ମ୍ୟାଗାଜିନରେ


ଲେଖାଲେଖି ବନ୍ଦ କରିଦେଇଥିଲି

ବୋଧହୁଏ ଯେବେଠୁ ସଂସାର କରିଥିଲି

ଅଣନିଃଶ୍ବାସୀ ହୋଇଯାଏ କାମ କରି କରି

ସମସ୍ତଙ୍କୁ ଖୁସି କରିବାର ଚେଷ୍ଟା କରି କରି


ଫେସବୁକରେ ପୁରୁଣା ବନ୍ଧୁମାନେ ମିଳିଲେ

ଜଣେ ଖାସ ବନ୍ଧୁ ପ୍ରେରଣା ଦେଇଥିଲେ

ଲେଖିବାକୁ ଉତ୍ସାହିତ କରିଥିଲେ

ମୋ ପୁରୁଣା କବିତାକୁ ଛାପିଥିଲେ


ବାସ୍ ଆଉ ପଛକୁ ଚାହିଁନି

ସମୟ ମିଳିଲେ ଲେଖିଲି

ଲେଖିଚାଲିଲି ମୋ ପିଲାଙ୍କ ଉତ୍ସାହ

ମୋ ପିଲାଙ୍କ ଆଗ୍ରହ ଦେଖି


ଲେଖୁଥିଲି,ଲେଖୁଛି ଓ ଲେଖୁଥିବି

ଚୀରକାଳ ମୋ ପ୍ରିୟ ଭାଷା ପାଇଁ

ଓଡିଶାର ସଂସ୍କୃତି ପାଇଁ

ଏବଂ ମୋ ପ୍ରିୟ ମହାପ୍ରଭୁଙ୍କ ପାଇଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational