STORYMIRROR

Sahadev Behera

Inspirational Children

3  

Sahadev Behera

Inspirational Children

ମୋ କଥା ନ କର ହେୟ

ମୋ କଥା ନ କର ହେୟ

1 min
176


ଆସ କୁନା ମୁନା  ଡର ନାହିଁ ମୋତେ 

   ବସିଛି ଦୋକାନ ମେଲି 

ମୁହେଁ ମାସ୍କ ପିନ୍ଧି  ଦୂରେ ଠିଆ ହେବ 

    ଏକଥା ନ ଯିବ ଭୂଲି ll 1


ଆଳୁ, ତେଲ, ଡାଲି  ମଟର, ବାଦାମ 

     ରସୁଣ, ପିଆଜ, ଲଙ୍କା 

ହଳଦୀ, ସାବୁନ   ଗରମ, ମସଲା 

     କିଣି ନିଅ ଦେଇ ଟଙ୍କା ll 2


ମସୁର, ହରଡ  ପିଆଜ, ପାପଡ

    ସୋରିଷ, ବେସନ, ଚିନି 

ଚାଉଳ, ଗହମ  ରବି ବିରି ମୁଗ 

    ଅଛି ଅଦା, କିରୋସିନି ll 3

     

ଲୁଗା ସଫା ପାଇଁ   ସରପ୍ , ନିରିମା

    ରଖି ଅଛି ଖାର ସୋଢା 

 ଦୋକାନ ଆଗରେ  ଗହଳି ନ କଲେ 

    ନେବି ନାହିଁ ଦର ଚଢା ll 4


ମୋ ପାଖରୁ ଯେବେ  ସଉଦା କିଣିବ

   ନ ଥିବଟି ରୋଗ ଭୟ

ଏସବୁ ଜିନିଷ   ଶସ୍ତାରେ ଯୋଗାଏ 

   ମୋ କଥା ନ କର ହେୟ ll 5



Rate this content
Log in

Similar oriya poem from Inspirational