STORYMIRROR

Tapan kumar Sahu

Romance Tragedy

2  

Tapan kumar Sahu

Romance Tragedy

ମୋ କୋସାଲି କବିତା

ମୋ କୋସାଲି କବିତା

1 min
347


ଇଟା କେନ୍ତା ଲଗନ

ତମର ବିହାର ମୁହୁରୀ

ମୋର ମସାନ ପଦାର ସପନ

ରୋଝୋରୋଝୋ ବରଷା ଥି

ନାଇଁ ମରୁଛେ ମୋର ଶୋଷ

ନାଇଁ ଭାଙ୍ଗୁଛେ ସପନ

ହାଏ ରେ ଇଟା କେନ୍ତା ଲଗନ ॥

ଇଟା କେନ୍ତା ଲଗନ

ଗୁଳାପ ଚୁରା ଫଟୁ ଦିଆ

ମୁଦି ପିନ୍ଧା ;ହାତ କଟା

ରକତ ବୁହା

ଏଛିନ ଲାଗୁଛେ ସପନ

ଧରେଇ ଦେଲେ ମୁରି ଗୁରସ

ମଦ କେଁ ଲଗୁଛେ ମନ

ଇଟା କେନ୍ତା ଲଗନ ॥

ସାଇକେଲ ଚଢା ଚିଠି ଦିଆ

ଭେଟମୀ ବୋଲି ଉଚାବୁହା

କାଦୋଚିଟକା ଖାଲ ଢିପ

କେନେ ନାଇଁ ରେ ମନ

ମୁଲକି ହସି ଦେଲା ଫାସୀ

ଧରିକରି ମେସିନ ଗନ

ସତେ ତୋର ଇଟା ବିହା ର ଲଗନ

ଇଟା କେନ୍ତା ସପନ

ଇଟା କେନ୍ତା ଲଗନ ॥

ଉତେଇ ନଦୀର ପାଏନ ବି ଗୁରୀ

ନାଇଁ ମରୁଛେ ଶୋଷ

କହରେ ଧନ କାଏଁଟା ଉନା କଲି

କି କାଏଁ କଲି ମୁଇଁ ଦୋଷ

ଜାଏତ ଟା ଅଲଗା ବୋଲି

କାଏଁଯେ ଲାଗୁଛେ ଡର

ପିନ୍ଧଲୁ ସିନ୍ଦୁର କହେଳୁ ମକେ

ତଡପି ତଡପି ମର

ହୂରଗୁନୀ କାନ୍ଦମି ତୋର ବିନା

ତୁଇ ଏକା ମୋର ଜୀବନ

ନାଇଁ ବୁଝୁଲୁ ଭାଙ୍ଗିଦେଲୁ ମୋର ସପନ

ସତେ ଆଜି ତୋର ବିହା ର ଲଗନ ॥

ନାଇଁ କରବୁ ସୋର ମତେ

ପାଶରୀ ଦେବୁ ଗୁରୀ

ତୋର ପରା ଟୁକେଲ ମନେ

ମାରୁଛନ ପିଲାମାନକୁ ଧରି ଧରି

କଳା କଜଳ ଅଏଲତା ଗାର

ମାଥାନେ ତୋର ସିନ୍ଦୂର

ଭୁଆଁସେନ ହେଲୁ ହସୁଛୁମୂଳ ମୂଳ

ସୋର କରବୁ ଗୁରୀ ଦିନେ

ମୋର କଥା କଥାନୀ

ପ୍ରେମ ଝରନ ରକତ ଝରନା

କାନ୍ଦବୁ ଲୋ ଦିନ ଗନି ଗନି

ଭାଙ୍ଗବା ତୋରବି ସପନ

ଆଜିତୋର ବିହା ଲଗନ

ମୋର ମଶାନ ପଦା ର ସପନ

ଇଟା କେନ୍ତା ଲଗନ

ନାଇଁ ଭାଙ୍ଗୁଛେ ଝୁମୁରା

ନାଇଁ ଭାଙ୍ଗୁଛେ ସପନ

ଇଟା କେନ୍ତା ଲଗନ ॥


ତପନ କୁମାର ସାହୁ

କଳାହାଣ୍ଡି


Rate this content
Log in

Similar oriya poem from Romance