STORYMIRROR

pranati Mahapatra

Inspirational Children

4  

pranati Mahapatra

Inspirational Children

ମୋ କଳାବଦନ

ମୋ କଳାବଦନ

1 min
365


ଦେଖିବାକୁ ମନ ହୁଏ ମୋ ଉଛନ୍ନ

   ନିତି ତୋ କଳାବଦନ,

ସକାଳରୁ ସଞ୍ଜ ବାଇଶି ପାହାଚେ

    ଗଡି ଯିବାକୁ ମୋ ମନ।

   ଆହେ ମୋ କଳାବଦନ।


ତୋ ବଡ଼ ଦାଣ୍ଡରେ ଦଣ୍ଡେ ଠିଆହୋଇ

   ନୀଳଚକ୍ରେ ଦେଖୁଥିବି,

ସାତ ଜନମର ପାପୁ ମୋକ୍ଷହୋଇ

   ତୋ ଶ୍ରୀପଦେ ଲୀନ ହେବି,

ତୋ ସିଂହ ଦୁଆରୁ ଚତୁର୍ଦ୍ଧା ମୂରତୀ

    ଦେଖୁଥିବି ଜନାର୍ଦ୍ଦନ।

    ଆହେ ମୋ କଳାବଦନ।


ଆନନ୍ଦ ବଜାରେ ଶ୍ରୀମହାପ୍ରସାଦ

    ଭୁଞ୍ଜିବାକୁ ମନ ଚାହେଁ,

ଟଙ୍କତୋରାଣିରୁ ପେଟେ ପିଇ ନିଶ୍ଚିନ୍ତେ

   ଶୋଇବାକୁ ଇଚ୍ଛା ହୁଏ,

ତୋ ସ୍ଵର୍ଗଦୁଆରେ ଜଳିଯାଉ ଚିତା

   ଏ ଇଚ୍ଛା କର ପୂରଣ।

  ଆହେ ମୋ କଳାବଦନ। 


 ଦେଖିବାକୁ ମନ ହୁଏ ମୋ ଉଛନ୍ନ

   ଆହେ ମୋ କଳାବଦନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational