STORYMIRROR

Sudhanjali Mishra

Fantasy

3  

Sudhanjali Mishra

Fantasy

ମୋ ଗାଁ

ମୋ ଗାଁ

1 min
237

ମୋ ଗାଁ ପଲ୍ଲୀ ପ୍ରକୃତି ହରାଇ

ଧରି ନୂଆ ରୂପ ଆଧୁନିକା

ବିଜୁ ପକ୍କା ରାସ୍ତା ଲମ୍ବିଯାଇଅଛି

କୋଳାହଳ ଶୂନ୍ୟ ମରିଚିକା ।।୧।।


ସାଙ୍ଗସାଥି ମାନେ ସହରେ ରହନ୍ତି

କର୍ମ ସଂସ୍ଥାନରେ ବାନ୍ଧିହୋଇ

ଆଉ କେତେ ଛୁଆ ପାଠ ପଢା ଆଳେ

ସହରେ ଭଡା ରହନ୍ତି ଯାଇ ।।୨।।


ଗାଆଁ ରେ କେବଳ ବୁଢାବୁଢୀ ଛଡା

ଯୁବକ ତ ପ୍ରାୟ ଦିଶନ୍ତିନି

ଅଳ୍ପ କେତେଛନ୍ତି ବେରୋଜଗାରିଆ

ମଦୁଆ,ଜୁଆଡି,ବେଇମାନୀ ।।୩।।


ଅନ୍ୟ ସହରରୁ କର୍ମଚାରୀ ମାନେ

ଆସିକି ରହନ୍ତି ଭଡାଘରେ

ଧିରେ ଧିରେ ସେହି ଗ୍ରାମବାସୀ ହୋଇ

କ୍ରୟ କରେ ଘର ନିଜ ନାଁରେ ।।୪।।


ଗାଆଁ ଖଳା ଜମି ଆଉରହିନାହିଁ

ସାଜିଅଛି ପ୍ଳଟ ଜମିଜମା

ଚାଷୀ ବାପୁଡାଟି ମୁଣ୍ଡେ ହାତଦେଇ

ମୂଲିଆକର୍ମକୁ ରହେ ଜିମା ।।୫।।


ଯାହା ହେଉପଛେ ମାଆର ମମତା

ଟାଣିନିଏ ଆପଣା ଲୋକକୁ

ଆଧୁନିକା ହେଉ ପଛେ ମୋର ଗାଆଁ

ଭୁଲିପାରି ନାହିଁ ତା'ସ୍ନେହକୁ ।।୬।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy