ମୋ' ଗାଆଁକୁ ମୌସୁମୀ ଛୁଇଁଲା ପରେ
ମୋ' ଗାଆଁକୁ ମୌସୁମୀ ଛୁଇଁଲା ପରେ
ଜନମଭୁଇଁରେ ମୌସୁମୀର ପଦାର୍ପଣେ
ଧାଡ଼ିଧାଡ଼ି ନାରିକେଳ ବୃକ୍ଷରେ ଗ୍ରାମପଥ
ସତେ ଆଜି ପ୍ରେମରେ ପ୍ରଣିପାତ କରୁଛି,
ମୌସୁମୀର ପହିଲି ବରଷା ବିନ୍ଦୁବିନ୍ଦୁ ଜଳେ
ବୈଶାଖ ଖରା ଭୁଲି ମୁକ୍ତିର ଗୀତ ଗାଉଛି,
ମୌସୁମୀର ପ୍ରଥମ ସ୍ପର୍ଶରେ ମୋ' ଗାଆଁରେ
ସାୟାହ୍ନ କାଳର ପୀୟୂଷ ମୁହୂର୍ତ୍ତରେ ଆଜି
ଗଗନଟା ସତେ ନୀଳନୀଳ ସମୁଦ୍ର ଦିଶୁଛି,
ଷ୍ଟ୍ରିଟ ଲାଇଟର କୃତ୍ରିମ ଶୁଭ୍ର ଆଲୋକରେ
ସତେ ପ୍ରକୃତି ନିଜର ରୂପକୁ ଗୁପ୍ତେ ଦେଖୁଛି।