ମୋ ଦେଶ
ମୋ ଦେଶ
ମୋ ଦେଶ ଭାରତ ବର୍ଷ
ଗଙ୍ଗା ଠାରୁ ଗୋଦାବରୀ
ଏକରେ ଅନେକ ଅନେକରେ ଏକ
ଶାନ୍ତି ପ୍ରୀତି ମୈତ୍ରୀ ଜାତୀୟ ସଂହତି
ଭାଷା ଭିର୍ନ୍ନ ଆମେ ଏକ
ଖାଦ୍ୟ ପୋଷାକ ଭିର୍ଣ୍ଣେ ଐକ
ରଖିବୁ ସ୍ୱାଧୀନତା ଟେକ
ମାଗିବୁ ସମନ୍ୱୟ ଭିକ
ଜାତୀୟତା ଆମ ପ୍ରୀତି
ସଦଭାବନା ଆମ ମୈତ୍ରୀ
ଏକତାରେ ଆମ ଶାନ୍ତି ସଂହତି
ଦେଶର ଯେତେ ବରପୁତ୍ର
ମରଣଜୟୀ ସୁଯୋଗ୍ୟ ସୁତ
ତାଙ୍କ ପାଇଁ ବହ୍ନି ଜାଳି
ପଥ ପାଥେୟ ଭାଳି
ଆମ ଦେଶର ଗୌରବଗାଥା
ଗୀତା ଭାଗବତ ପୁରାଣ କିମ୍ବଦନ୍ତୀ କଥା
ନହୋଇ ଶ୍ରୋତା ହେବୁ ଜଗତଜିତା
ଆମରି ଦେଶର ଆମେ ନାଉରୀ
ଆମ ହାତେ ଆମ ଶାସନ ଡୋରି
ଜାତୀୟ ପତାକା ତଳେ ନୁଆଁଇ ମଥା
କହିବୁ ଦେଶର ଗୌରବ ଗାଥା
କୃଷକ ସୈନିକ ଶ୍ରମିକ ପରି
ଟେକ ରଖି ଦେଶର ଶିରୀ
ସୁଯୋଗ୍ୟ ସନ୍ତାନ ଆମ କାରିଗରୀ
ଲୋଭ ରାଗ ରୋଷ ଅହଙ୍କାର ଦୂର କରି
ଗାଇବା ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼
ପୁରୁ ତହିଁ ପଡି ମୋର ମାଂସ ହାଡ଼
ଗାନ୍ଧୀ ଗୋପବନ୍ଧୁଙ୍କୁ ଅନୁସରି ।