Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukanti Hotta

Inspirational

4.2  

Sukanti Hotta

Inspirational

ମୋ ଚିଠି

ମୋ ଚିଠି

1 min
96


ରକେଟରେ ଯାଇ ଚନ୍ଦ୍ରରେ ଘର

କରିବାକୁ ମନକଲି

ମଙ୍ଗଳ ଗ୍ରହରେ ଘର ହେବ ଭାବି

ଅତି ଆନନ୍ଦିତ ହେଲି l


ବିଜ୍ଞାନ ଯୁଗର ସନ୍ତାନ ବୋଲି

ଅତି ଗର୍ବେ କହିଲି

ମହାଜ୍ଞାନୀ ବୋଲି ପରିଚୟ ଦେଇ

ଧରାକୁ ସରା ମଣିଲି l


ପରିବେଶ ସହ ଖେଳ ଖେଳିବାରୁ

ପ୍ରକୃତି ତାଣ୍ଡବ ରଚିଲା

କରୋନା କବଳେ କବଳିତ କରି

ଉପାୟ ଶୂନ୍ୟ କଲା l


ରକେଟ ବନାଇ ସାଙ୍ଗସାଥୀ ସହ

ଖେଳି ଜମା ହେଉନାହିଁ

ଘର ଭିତରେ ମୋ ଟିକି ରକେଟ

ଆକାଶରେ ଉଡୁନାହିଁ l


ଘର ଝରକାରୁ ଆକାଶ ମାର୍ଗକୁ

ରକେଟ ପଠାଇଲି

ଈଶ୍ୱର ଚରଣେ ପ୍ରଣାମ କରି

ଶିର ମୁଁ ନୁଆଁଇଲି l


ହେ ବିଶ୍ୱ ବିଧାତା କ୍ଷମା କର ବୋଲି

ବାର୍ତ୍ତା ମୁଁ ପଠାଇଲି

କରୋନା କବଳୁ ବିଶ୍ୱକୁ ଉଦ୍ଧାରି

ରକ୍ଷାକର ଲେଖିଲି l


ରାଗ ହିଂସା ଇର୍ଷା ଦୂର କରିଦେଇ

ପ୍ରେମକୁ ବାଣ୍ଟିଦିଅ

ଶୀତଳ ଯୁଦ୍ଧ ଜମା ହେବନି

ବିଶ୍ୱରେ ଶାନ୍ତିଦିଅ l



Rate this content
Log in