STORYMIRROR

ସନାତନ ଦାସ

Tragedy Others

2  

ସନାତନ ଦାସ

Tragedy Others

ମୋ ଛିଣ୍ଡା ଡାଏରୀ

ମୋ ଛିଣ୍ଡା ଡାଏରୀ

1 min
165

ମୋ ଛିଣ୍ଡା ଡାଏରୀ ର ପୃଷ୍ଠା ଓଲଟାଇ ଦେଲେ,

ମନେ ପଡ଼ିଯାଏ ମୋର ହଜିଲା ଅତୀତ..!!


ଶ୍ରାବଣର ଭିଜା ଭିଜା ଋତୁ,

ସାଧବ ବୋହୂ ର ଥିରି ଥିରି ଚାଲି,

ଓଳି ରୁ ଝର୍ ଝର୍ ହୋଇ ଝରିପଡୁଥିବା,

ଅବାରିତ ବର୍ଷା ପାଣିର ବୁନ୍ଦା..!!


ଆଉ ଗୋଟେ ଚିରା ପୃଷ୍ଠାରେ ମନେ ପଡ଼ିଯାଏ,

ବସନ୍ତର ଆଗମନେ କୋଇଲିର ମଧୁର କୁହୂ କୂହୁ ତାନ,

ଆଉ ବଗିଚାରେ ନାନା ରଙ୍ଗର ଫୁଲ ର ସମ୍ଭାର..!!


ପୁଣି ମନେ ପଡ଼ିଯାଏ ତୋଫା ଜହ୍ନ ରାତିରେ,

ଅସରନ୍ତି ରାଜା ରାଣୀ କାହାଣୀ ର କଥା...!!


କିନ୍ତୁ, ହାୟ..!


ବସନ୍ତର ପୃଷ୍ଠା ପରେ ନିଦାଘ ର ଦାରୁଣ ଆଘାତରେ ,

ମୋ ଅତୀତ ର କିଛି ପୃଷ୍ଠା ଆଜି

ଜଳି ପୋଡ଼ି ପାଉଁଶ ହେଇ ଯାଇଛି,..

ମୋର ଅବର୍ତ୍ତମାନ ରେ..!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy