ମୋ' ଛାତ୍ରାବାସ ଜୀବନ
ମୋ' ଛାତ୍ରାବାସ ଜୀବନ
ଛାତ୍ରାବାସ ଜୀବନ ଏ ଜଳ ସମୀର
ଭଲ ଲାଗୁନାହିଁ ମାଆ....II
କେମିତି ରହିବି ତୋ' ବିହୁନେ ମୁଁ ଏଠି
ଆସି ଥରେ ଦେଖି ଯାଆ ll
ଏ ଚାରି କାନ୍ଥର ଆବଦ୍ଧ କୋଠରୀ
ବନ୍ଦିଶାଳ ଲାଗେ ମୋତେ ll
କେଉଁ ଅପରାଧେ ବନ୍ଦିର ଜୀବନ
ବରଣ କରିଛି ସତେ ll
ମିଳେନି ଏଠି ମା' ତୋ' ହସ୍ତ ପରସ
ମିଳେନି ବାପାଙ୍କ ସେହ୍ନ ଅନୁରାଗ ll
ମିଳେନି ଏଠି ମା' ଭାଇର ଆକଟ
ମିଳେନି ବନ୍ଧୁର ପ୍ରେମ ll
ବରଷା ହେଲେ ମା' ତୋ' ହାତ ତିଆରି
ପକୁଡି ପଡଇ ମନେ ll
ମନେପଡ଼େ ପୁଣି ଆରିଷା, କାକରା
ପର୍ବ ପର୍ବାଣୀର ଦିନେ ll
ମୋ ଅଶ୍ରୁ ଆଜି ମା' ମୂଲ୍ୟହୀନ ଲାଗେ
ତୋ' ପଣତକାନି ବିନା ll
ମୂଲ୍ୟହୀନ ଆଜି ମୋ' ପାଇଁ ଜୀବନ
ତୋ' ସେହ୍ନ ଆଦର ବିନା ll
ବାହାରୁ ଆସିଲେ ପୁଅ ...ପୁଅ.. ବୋଲି
ହୁରି ଛାଡ଼ୁଥିଲ ବାପା ll
କ୍ଷଣେ ନ ଦେଖିଲେ ଝୁରି ହେଉଥିଲ
ପାସରି ଗଲ କି ଅବା ll
ଶୁଣିବାକୁ ଆଜି ବ୍ୟାକୁଳ ବାପା ମୁଁ'
ତୁମରି ସେ ପୁଅ ଡାକ ll
ଡାକିଦିଅ ଥରେ ପୁଅ ବୋଲି ବାପା
ଭୁଲିଯିବି ସବୁ ଦୁଃଖ ll
