STORYMIRROR

Sandhya Rani Panigrahy

Inspirational

3  

Sandhya Rani Panigrahy

Inspirational

ମୋ ବରଷା ବଡ ହୋଇଛି

ମୋ ବରଷା ବଡ ହୋଇଛି

1 min
13.7K


ଏ ବରଷା ମୋର ବଡ ହୋଇଯାଇଛି

ଏ ମଧ୍ୟରେ ପିଲାଲିଆମି ପିଲାଦିନର ଭୂଲିଯାଇଛି

ଖୁବ୍ ଗୁମ୍ ସୁମ୍ ହୋଇ ଅନେଇ ରହିଛି

ଝରକାର ସେପଟେ ରହି ଅଜସ୍ର ବରଷୁଛି

ହାତଠାରି ଡାକୁଥିଲା କେତେ ମୋତେ

ଏଥର ହାତେ ଦୂରରେ ରହୁଛି

ଭିଜିବନି ଭାବି ମୁଁ ବି ଏଥର ଭାବିଛି

ଆଉ ତାଠୁ ଆଡେଇ ରହୁଛି||


ଛପ୍ ଛାପ୍ ଡିଆଁ ଖରାବେଳେ ବରଷାରେ

ଚୁପ୍ ଚାପ୍ ନିଜକୁ ଶୁଖାଇବା ଆଢୁଆଳରେ

ବରଷା ଦିନରେ ଓଦା ହେବା ସେ ଭୁଲ୍ କରିବା

ପୁଣି ସ୍କୁଲ ନ ଯିବା ବାହାନା କରି ଭିଜିବା

ଛୁଟି ଘୋଷଣା ହେବା କି ମଜାଦାର କଥା

ଏବେ ମନେ ହୁଏ ଭିଜିଲେ ଅଫିସର ଛୁଟି ବ୍ୟଥା

ନିଜେ ଭିଜିବାର ଦୁଃଖ ଠାରୁ ଲାପଟପ ଭିଜିବାର କୋହ

କିଛି ବୋଧେ ସେ ବଡ ହୋଇଛି ମୋ ସହିତ କୁହ

ମୋ ବରଷା ମୋ ପରି ବଡ ହୋଇ ଗଲାଣି

ଆଉ ଏଥର ଭିଜେଇବାକୁ ମନକୁ ଅଝଟ କରୁନି

ଧୀରେ ସନ୍ତର୍ପଣରେ ଆସି ବସୁଛି ମୋ ସହ

ତୁନି ହୋଇ ରହୁଛି ଶୁଣି ମନର ଅସରନ୍ତି କୋହ

ଗରମ ଚାହା ଆସର ଜମିବ ଏ ବେଳାରେ ସାଥୀ ସହିତ

ଚୁପ୍ ରହି ଥଣ୍ଡା ପବନରେ କୋହଲା ବତୁରିବା ମନଟା ହିତ

ମୁଁ ବଡ ହୋଇଛି କି ମୋର ବରଷାରେ

ଅସରାଏ ଆସର ପାଇଁ କି ଏ ଚର୍ଚ୍ଚାରେ

ବିଜୁଳି ଝଟକ କେବେ ଖୁସି ଲାଗୁଥିଲା

ଏବେ ବଜ୍ରପାତ ଶୁଣି ଡର ଯେ ଲାଗିଲା

ବର୍ଷାରେ ଭିଜି କାଗଜ ଡଙ୍ଗା ଭସେଇବା

ଏବେ ବରଷା ଆସିଲେ ବନ୍ଯାର ବିଭୀଷିକା ||


କିଛି କହ କିଛି ଶୁଣି ଫେରି ଯା ଏଥରକେ

କେମିତି ବା ଅନୁଭବ ଏବରଷା ବଡ ହେବାରେ

ଲାଜ ଲାଜ ହୋଇ ଚାହୁଁଛି କଣେଇ କଣେଇ

ଏ ଭିତରେ ମୋ ସହ ସେ ବି ବଡ ହେଲାଣି

ଇଚ୍ଛା ମନେ ଭାରି ହୁଏ ଧାଇଁ ଯାଆନ୍ତି ଜୀବନକୁ ନେଇ

ଭିଜି ଆସନ୍ତି ଥରେ ବରଷାରେ କିଛି ନ ଜାଣି ନ ଶୁଣି

ବରଷା କହେ ମୋ ପଥ ହୁଏ ଓଗାଳି

ପାଉଞି ବାନ୍ଧେ ମୁଁ କାହିଁ ବଡ ହେଲିଣି

ଧୀର ନୀରିହ ଚାହାଣି ଖରାବେଳେ ପୁଣି

ଏ ମଧ୍ୟରେ ବରଷା ଆଉ ଅଝଟ କରୁନି ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational