STORYMIRROR

Chittaranjan Lenka

Inspirational Tragedy Abstract

2  

Chittaranjan Lenka

Inspirational Tragedy Abstract

ମୋ ବୋଉ

ମୋ ବୋଉ

1 min
13.7K


ବୋଉ ତୋ ମରିବା   ବରଷେ ହୋଇଲା

ଆଜି ତୋର ଶ୍ରାଦ୍ଧ ଦିନ

କେଉଁଠି ରହିଲୁ     କେମିତି ରହିଲୁ

ହେଲୁନି ବି ମୋ ସପନ


ମୋ ମନ କହୁଛି   ତୋର ପୂଣ୍ୟ କର୍ମ

କଲା ମୁକତି ପ୍ରଦାନ

ତୋ ପବିତ୍ର ଆତ୍ମା   ଶାନ୍ତି ଲଭିଥାଉ

ଝୁରୁ ପଛେ ମୋ ପରାଣ


ଯଦି କିଛି ବିଘ୍ନ   ଆସୁଛି ସେଥିରେ

କମୁଅଛି ପୂଣ୍ୟ କର୍ମ

ଖୋଜୁଅଛୁ ଯଦି   ପାଇବାକୁ ତାହା

କାଳେ କେ କରିବ ଦାନ


ଜୀବନରେ ଯଦି    କିଛି ପୂଣ୍ୟ ଫଳ

କରି ମୁଁ ଥାଏ ଅର୍ଜିତ

ସେ ସବୁକୁ ନେଇ   ବୋଉ ତୋର ଆତ୍ମା

ସହଜେ ହେଉ ମୁକତ


ଚିତ୍ତ ରଞ୍ଜନ ଲେଙ୍କା (କଟକ) ©


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational