ମୋ ଭାରତ
ମୋ ଭାରତ
ଭାରତ ମୋର ଜନମ ଭୂଇଁ
ଏଭଳି ଦେଶ ଜଗତେ ନାହିଁ
ନାହିଁରେ ନାହିଁ କେଉଁଠି ନାହିଁ l
ତାହାରି କୋଳେ ଜନମ ନେଇ
ଦେଶର ଟେକ ରଖିବା ପାଇଁ
ଦେବି ଜୀବନ ଡରିବି ନାହିଁ l
ଜାତି ଧର୍ମରେ ନାହିଁ ବିଭେଦ
ଆମ ଭିତରେ ନାହିଁ ପ୍ରଭେଦ
ସ୍ନେହ ପ୍ରେମରେ ଆମେ ଆବଦ୍ଧ l
ଧର୍ମ ସଂସ୍କୃତି ପରମ୍ପରାରେ
ରହିଛି ଖ୍ୟାତି ସାରା ବିଶ୍ୱରେ
ଧର୍ମ ସନାତନ ମୂଳ ମନ୍ତ୍ରରେ l
ଶସ୍ୟ ଶ୍ୟାମଳା କ୍ଷେତରେ ଭରା
ତା ସବୁଜିମା ଦୁଃଖ ପାସୋରା
ବହେ ପବିତ୍ର ଗଙ୍ଗାର ଧାରା l
ପିନ୍ଧୁ ପୋଷାକ ନାନା ଢଙ୍ଗରେ
ଆମର ଖାଦ୍ୟ ଆମ ରୁଚିରେ
ଏମିତି ଦେଶ ନାହିଁ ନାହିଁରେ l
ଦେଶୁଁ ବିଦେଶୀ ଗଲେ ବାହାରି
ଆମେ ଚଳାଉ ଦେଶ ଆମରି
ଆମ ନାଆର ଆମେ ନାଉରି l
ଆମ ସୈନିକ ଲଢୁଆ ଵୀର
ଦେଶ ସୁରକ୍ଷା କାମ ତାଙ୍କର
ତେଣୁ କାହାକୁ ନାହିଁରେ ଡର l