ମୋ ବାପା
ମୋ ବାପା


ଆଜି ସେ କରାଳ ଦିନ
ମତେ ତମେ ଯେ ଗଲ ଛାଡି
ଏ ବିଶ୍ୱରେ ଏକୁଟିଆ ବେସାହାରା ପିତୃ ଛେଉଣ୍ଡ କରେଇ
ମାର୍ଚ୍ଚର ସେ ଚାରି ତାରିଖ ଏକାଦଶୀ ଆଣିଥିଲା
ଯେ ମୋ ପାଇଁ କଅଣ ତା ପାରୁନି ମୁଁ ଜାଣି
ଜୀବନସାରାର ଅମୃତ ବୋଳା ଖୁସିକୁ
କରାଳ ରଜନୀ ନେବ ଏମିତି ବୋଲି ଛଡେଇ ।୧
ଦଶ ବର୍ଷ ଡେରିରେ ହେଲି ବୋଲି ମୁଁ ଯେବେ ଜନମ
ହେଇଥିଲ ବେଶି ଖୁସି ନବେ ମସିହା ଜୁଲାଇ ଚବିଶର ସେ ଦିନ
ବଡ଼ ପୁଅ ବୋଲି ହେଲି ଅତି ଯତନ
ସବୁ ଇଚ୍ଛା କର ମୋର ପୁରଣ ।୨
ମନେ ପଡେ ସେଦିନ ଯେବେ ମୁ ଯାଏ ସାଇକେଲରେ ସ୍କୁଲକୁ ତୁମର
ହେଡ ସାରେଙ୍କ ପୁଅ ବୋଲି ସମସ୍ତେ କରନ୍ତି ଭାରି ଆଦର
ମନେ ପଡେ ସେ ଅମ୍ବିକା ମାଡମ ଆଉ ସରସ୍ୱତୀ ମାଡମ
ହେଡ ସାରଙ୍କ ପୁଅ ବୋଲି ନିଜ ଜଳଖିଆରୁ ଦିଅନ୍ତି ପ୍ରତିଦିନ ।୩
ଛୋଟ ଥିଲି ବୋଲି ମୁ ସେତେବେଳେ
ସ୍କୁଲର ଦୁଇ ସେ ଝିଅଙ୍କୁ କହିଲ ଲକ୍ଷ୍ୟ ରଖିବୁ ଆଉ ପାଖେ
ବସେଇବୁ ଲିଟୁକୁ ସ୍କୁଲରେ ସବୁବେଳେ
ହେଡସାରଙ୍କ ପୁଅ ବୋଲି ଭାରି ଅହଂ ମୋର ସେବେଳେ
କେଉଁ ପିଲା କଳି କଲେ ମୁଁ ତାକୁ ଡର।ଏ ବାବାଙ୍କୁ କହି ସ୍କୁଲରୁ କାଢିଦେବି କାଳେ ।୪
ମନେ ପଡିଲେ ସେ ପିଲାଦିନ
ହସ ଲାଗେ ଭାବିଲେ ମୋ ମନର ସେ ଚିନ୍ତା ଚିନ୍ତନ
ଡର ଲାଗେ ତମର ସେ ସବୁଠୁ ବେଶି ମାଡ଼ ଖାଇବାର ଦିନ
ପିଲାଙ୍କ ସହ ଯାଇଥିଲି ସ୍କୁଲ ପଛ ଜଙ୍ଗଲ ସେ ଅତି ଗହନ ।୫
ଏ ଭଳି ତମ ସ୍ନେହ ମୋ ଉପରେ ଯେ
ପ୍ରତି ଦିନ କୋଳରେ ଶୋଇ ଥାଏ ସକାଳେ
ଏବେ ଯାଏ ବି ଶୋଉ ଥିଲି ତୁମରି କୋଳେ
ଭାରି ଖୁସି ଲାଗେ ଦଉଥିଲ ଗାଧୋଇ ଯେବେ ମୁଁ ହେଇଥିଲି ତେଇଶି ବରଷେ। 6
ଭାରି ଖୁସି ହେଲ ଯେବେ ସାରିଲି ମାଟ୍ରିକ
ପୁଣି ପଢିଥିଲି ରେଭେନ୍ସା କଲେଜର 3 ନମ୍ବର ଯୁକ୍ତ ଦୁଇ ବିଜ୍ଞାନ ସିଟ
ଡରିଥିଲି ରାଗିଙ୍ଗ କୁ ବୋଲି ରହିବାକୁ ରେଭେନ୍ସାର ନିଉ ହଷ୍ଟେଲରେ
କହିଲ ଡରନି ମମି ତୋତେ ଜଗିକି ରଖିବ ବାହାରେ ।7
ବଡ ଆଶା ଥିଲା ଯେ ପୁଅ ମୋ ରେଭେନ୍ସାରେ ପଢିଲା
ଭାବି ଥିଲ ବୋଧେ ବେଷ୍ଟ 20 ଭିତରେ ମୋ ପୁଅ ରହିଲା
ହେଲେ ମୁଁ ତ ମୂର୍ଖ ଆଶା ତୁମ ପୂରଣ ମୋ ଦେଇ ନହେଲା
ମନେ କଷ୍ଟ ଥାଇ ବି ମତେ ପଦେ ରାଗି କହିବା ମୋ କାନ ଶୁଣି ନଥିଲା।7
ଭାରି ଆଶା କରିଥିଲ ପୁଅ ମୋ ହେବ ଡାକ୍ତର
ଟିକେ ଦୁଃଖ କଲନି MBBS ନହେଲା ମୋର
କହିଲ କଣ ହେଲା ନହେଲା ଏକା ଥରେ ପାଇଛୁ BVSC ଆଉ AIPVT ଏଣ୍ଟ୍ରାନ୍ସ ତୁ ମୋର
କ
ିଛି ନହେଲେ ହେବୁ ତୁ ମୋର ସାଢେ ପାଞ୍ଚ ବର୍ଷ ପରେ ଗେଜେଟେଡ଼ ଅଫିସର।8
ଦେଖୁଦେଖୁ ଚାଲି ଗଲା ସେ ପାଞ୍ଚ ବରଷ
ହେଇ ଥାଏ ନୂଆ ନୂଆ ଜୁନିୟର ଡାକ୍ତର ହାଉସ୍ ସରଜନ
ଅତି ଖୁସିକୁ ମୋ ଲଗାଇ ଗ୍ରହଣ
ଆସିଗଲା ପଞ୍ଚୁ ଦୋଳର ସାତରଙ୍ଗ କରିବାକୁ ଆମକୁ ବେରଙ୍ଗିନ।୯
ସବୁ ରଙ୍ଗ ମୋର ହଜି ଗଲା ଏକାଦଶୀ ରାତିରେ
ହସ୍ପିଟାଲରର ସେ ଦିନର ସେ ଶେଜରେ
ଜର ଦେହରେ ଟାଣି ନେଇଥିଲ ତୁମେ କୋଳକୁ
କିଛି ମାତ୍ର ନିମିଷକେ ଚାଲିଗଲ ଭସାଇ ଆମକୁ । ୧୦
କିଛି ଜାଣି ନାହିଁ ସେବେଳେ କେମିତି ଘଟିଲା
ଇଏ କଣ ଆଉ କେମିତି ହୋଇଲା ଭାବି ଅନ୍ଧାର ଲାଗିଲା
ବହୁତ କାନ୍ଦିଛି ସେ ଦିନର ଶ୍ମଶାନ ଘାଟରେ
କେମିତି ମୋ ବାବା ମୁହେଁ ନିଆଁ ମୋ ହାତେ ପୁଣି ଲାଗିଲା
ଅନେକ ଖୋଜିଛି ସ୍ୱପ୍ନ ଦେଖିଚି ତଥାପି କୋଉ ବାସ୍ତବେ ମିଳିଲା !୧୨
ଆଜି ବିତିଗଲାଣି ନଅ ବରଷ ଦେଖୁ ଦେଖୁ
ତମ ଇଛା ପୁରଣ କେତେ କରିଛି ବୋଲି ଖୁସି ଲାଗେ ଭାବୁ ଭାବୁ
କାନ୍ଦିକି କେତେ ଯେ ସମୟ ପୋଇଛିତମେ ଦେଖିଲନି ବୋଲି ଏ ସବୁ
ଖୁସିଲାଗେ ଯେବେ ଲୋକ ଆମ ଖଟୁଆ ସାରଙ୍କ ପୁଅ ଇଏ ଇତି ଶୁଣୁ । ୧୩
ମୁ ଆଜି ଯାହା ତୁମ ପାଇଁ ଖାଲି ତୁମ ପାଇଁ
ତୁମର ସେ କଷ୍ଟ ବଳିଦାନର ସ୍ୱରୂପ ପାଇଁ
ତୁମ ସେ ଗୋଟେ କଥା "ମୋ ପୁଅ" "ମୋ ପୁଅ"ବୋଧେ ସେଇଥିପାଇଁ
ମୁଁ ଜାଣେ ବାପା ଜଣେ ପୁରୁଷ ଦୁନିଆରେ ଯିଏ ଚାହେଁ ତା ଠୁ ତା ପୁଅ ପାଉ ବେଶି ଉନ୍ନତି ।୧୪
ତଥାପି ଗୋଟେ ନୁହେଁ ଅନେକ ଅଛି ଅଭିମାନ ଆଉ ରାଗ ବି
ଯଦି ଅଧବାଟେ ଛାଡିଲ ଏତେ ଭଲ ପାଇଲ ଆମକୁ କାହିଁକି
ସବୁଠିଥିଲ ଆଗରେ ଦୁଃଖ ନଜଣେଇବାକୁ କହିବ କି କାହିଁକି ?
କେମିତି ପାଶୋରିବି ସେ ସ୍ନେହ ଶ୍ରଦ୍ଧାକୁ ଟିକେ ସ୍ବପ୍ନରେ କହିବକି ? . . . . . ୧୫
ବହୁତ ଦେଖିଚି ଠାକୁର ହେଲେ ତୁମେ ମୋ ପ୍ରଭୁ
ଯିଏ ଦେଇଛନ୍ତି କେବଳ ଆଶ୍ରିବାଦ ଦେହେ ବୋଳି ଅଭିଶାପ ସବୁ
ଏତିକି ପ୍ରାର୍ଥନା ମିଳୁ ମତେ ଏମିତି ବାପା ଜନ୍ମ ସବୁ
ହେଲେ ଦିଅ ନାହିଁ ଏମିତି ବିରହ କଷ୍ଟ ଆଉ କାହାକୁ । ୧୬
ମୋ ନିଜସ୍ୱ ଜୀବନୀ ମୋ ବାପା ସ୍ୱର୍ଗତ ଗୁରୁ ଚରଣ ଖଟୁଆଙ୍କ ପାଇଁ ଏ ଲେଖାଟିଏ ; ସେ ଆଜି ନାହାଁନ୍ତି ଆମ ଗହଣରେ । ଦେଖୁ ଦେଖୁ ପାଖା ପାଖି ନଅ ବର୍ଷ ହେବାକୁ ବସିଲାଣି ସେ ଆମକୁ ଏକୁଟିଆ କରି ଛାଡି ଚାଲି ଯାଇଛନ୍ତି ଆର ପାରିକୁ । ତାଙ୍କରି ସ୍ମୁତିରେ ତାଙ୍କ ଉଦ୍ଦେଶ୍ୟରେ ମୋର ଏହି ଲେଖାଟିଏ ତାଙ୍କୁ ସମର୍ପିତ ଏବଂ ମୋର ଏ ପୁସ୍ତକଟି ମଧ୍ୟ ତାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ।