Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ମୋ ବାପା ମା ଙ୍କ ଖୁସି ପାଇଁ

ମୋ ବାପା ମା ଙ୍କ ଖୁସି ପାଇଁ

2 mins
167



ମୋ ମା ବାପା ଙ୍କ ଖୁସି ପାଇଁ ସବୁ କରିବି

କେବେ ଜୀବନ ରେ ତୁମକୁ କଷ୍ଟ ନ ଦେବି

ମା ବାପା ତୁମ ମନ ଜାଣି ପାଠ ପଢ଼ିବି

ପାଠ ପଢି ତୁମ ଖୁସି ପାଇଁ ଭଲ ମଣିଷ ହେବି

ସମାଜ ରେ ତୁମ ନା କୁ ଆଗକୁ ନେବି

ତୁମ ପୁଅ ହୋଇ ତୁମ ଖୁସି ପାଇଁ ଘରର ନା ରଖିବି

ତୁମ ମନ ଜାଣି ମା ବାପା ତୁମ ସେବା କରିବି

ତୁମ ଖୁସି ପାଇଁ ସବୁ ଆଣି ତୁମ ପାଦ ତଳେ ଦେବି

କେବେ ତୁମକୁ ଛାଡି ଦୂର ରାଇଜ କୁ ଯିବି ନାହିଁ

ଜୀବନ ସାରା ରହିବି ମା ବାପା ତୁମକୁ ନେଇ

ତୁମକୁ କଷ୍ଟ ହେଲା ପରି କିଛି କାମ କରିବି ନାହିଁ

ତୁମ ପାଇଁ ସବୁ ଦୁଃଖ ନିଜେ ଯିବି ସହି

ତୁମ ଆଦର୍ଶ କୁ ମା ବାପା ସବୁ ପାଳନ କରିବି

ତୁମ ଖୁସି ପାଇଁ ତୁମ ମନ ଜାଣି ସବୁ ଦେବି

[25/10, 1:06 pm] Suresh Chandra Padhy: କବିତା,ମୋ ମାର ହାତ ରନ୍ଧା

ସୁରେଶ ଚନ୍ଦ୍ର ପାଢୀ

ମୋ ମା ର ହାତ ରନ୍ଧା ପରି ଆଉ କାହାର ହେବ

ଯିଏ ମୋ ମନ ଜାଣି ସବୁ ଖୁଆଇ ଦେବ

ପିଲା ଦିନୁ ମୋ ପାଇଁ କେତେ କଷ୍ଟ ସହିଛି

ମୋ ମନ ଜାଣି ସବୁ ମୋତେ ଖୁଆଇ ଦେଇଛି

ମୋ ମା ହାତ ରେ ଯେଉଁ ସ୍ୱାଦ ମିଳୁଛି

ସେ ତ ଭାରି ନିଆରା ମୋ ପାଇଁ ହୋଇଛି

ମୋ ମା ତୋ ହାତ ରେ ତୁ ଯାହା ଦେଉଛୁ

ନିଜେ ନ ଖାଇ ସବୁ କିଛି ମୋତେ ଖୁଆଇ ଦେଉଛୁ

ତୋ ପରି ମମତା ମୟୀ ମା କେଉଁଠୁ ପାଇବି

ତୋ ହାତ ରନ୍ଧା ପାଇ ସରଗ ସୁଖ ଲଭିବି

ମୋ ମନ ଜାଣି ସବୁ ମୋତେ ଆଣି ଦେଇଛୁ

ମୋ ଦୁଃଖ ବେଳେ ସଦା ମୋ ସାଥିରେ ରହିଛୁ

ମା ମୋ କଥା ତୋ ବିନା ଆଉ କିଏ ଜାଣିବ

ମୋ ମନ ଜାଣି କିଏ ମୋ ଲୁହ ପୋଛି ଦେବ

ଯେତେ ଦୂରେ ଥିଲେ ବି ତୋ ହାତ ରନ୍ଧା ମନେ ପଡୁଛି

ଯେତେ ଖାଇଲେ ବି ତୋ ହାତ ରନ୍ଧା ମନେ ରହିଛି

ତୋ ହାତ ରେ ଯାହା ରାନ୍ଧି ଦେଇ ଥାଉ

ତୋ ହାତ ରେ ଅମୃତ ମୋ ପାଇଁ କରିଦେଉ

ଦୁନିଆରେ ଆଉ କିଛି ଲୋଡ଼ା ନାହିଁ ମୋର

ତୋ ହାତ ରନ୍ଧା ରେ ତୃପ୍ତି ମିଳେ ମା ସାଥେ ରହିବି ତୋର ।


Rate this content
Log in

Similar oriya poem from Inspirational