STORYMIRROR

Anupama Sahu

Inspirational Children

3  

Anupama Sahu

Inspirational Children

ମୋ ଅଭିଳାଷ

ମୋ ଅଭିଳାଷ

1 min
186


ଫୁଲ ହୋଇ ଫୁଟିବି 

କଥା ମଧୁ ବାଣ୍ଟିବି 

ସୁଗୁଣ ସୁବାସେ ନିତି 

ଜନମନ ହରିବି 

ଦେବତା ପୟରେ ରହି 

ଆଶିଷ ମୁଁ ପାଇବି। ୧।


    ବର୍ଷା ଟୋପାଟିଏ ହେବି 

    ଆକାଶର ଛାତି ଚିରି 

    ଝର୍ ଝର୍ ଝରିବି 

     ପୃଥିବୀର ତନୁ ଚୁମି 

     ସବୁଜିମା ଭରିବି। ୨।


ପବନ ମୁଁ ହୋଇବି

ଫୁଲରୁ ସୁଗନ୍ଧ ନେଇ 

ସୁଲୁସୁଲୁ ବହିବି,

ଫଗୁଣକୁ ରଙ୍ଗ ମାଗି

ସଂସାରରେ ଭରିବି। ୩।


       ନଈଟିଏ ହୋଇବି 

       ଧରଣୀର ବୁକୁ ଚିରି

       କୁଳୁକୁଳୁ ବହିବି, 

       ଉଷର ଭୂମିରେ ପୁଣି 

       ଜୀବନ ମୁଁ ଭରିବି।୪।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational