ମନୁଷ୍ୟର ଦୁର୍ଲ୍ଲଭ ବେଭାର
ମନୁଷ୍ୟର ଦୁର୍ଲ୍ଲଭ ବେଭାର
ଜୀବନରେ ପତ୍ରଝଡା ଋତୁ ଆସେ
କୋଳାହଳ ଶୁଭେ ନା ଚଉପାଶେ |୧|
ଜୀବନର ଚିତ୍ର ଦିଶଇ କଦାକାର
ଆଉ କିଏ କରଇ ନାହିଁ ତ ଆଦର |୨|
ସେତେବେଳେ, କୋଇଲି ଗାଏନା
ବଗିଚାରେ ଫୁଲ ବି ଆଉ ଫୁଟେନା |୩|
ସୁନ୍ଦରତା ଆଉ ମହକେନା ଚଉପାଶ
ଖୋଜିଲେ ମିଳେନା ମଳୟ ସୁବାସ |୪|
ଆକୁଳ ମଧ୍ୟେ ଜୀବନ ରହିଥାଏ ଚାହିଁ
କାଳେ କିଏ ଅସମୟେ ଆସିଯିବ କେହି |୫|
କହିବ ଅନ୍ୟକୁ ମନକଥା ଅନ୍ତରର ବ୍ୟଥା
ଘଡିଏ ପହରେ ବସି ଶୁଣିବ ସେ କଥା |୬|
ଜୀବନ ଧନ୍ୟ ହୋଇ ଥାଏ ଜଗତେ
ପ୍ରାଣରେ ଚିନ୍ତିଲେ ସର୍ବ ପ୍ରାଣୀ ହିତେ |୭|
ବୋଲନ୍ତି, ଧନ୍ୟ ଜୀବନ ଧନ୍ୟ ବ୍ୟବହାର
ତାହା କର୍ମପ୍ରିୟ ମନୁଷ୍ୟର ଦୁର୍ଲ୍ଲଭ ବେଭାର |୮|
ଏହା ଶିଖିଛି ବସି ରହି ବୃକ୍ଷଙ୍କର ସ୍ଥାନେ
ପ୍ରକୃତିକୁ ଅବଲୋକନେ ପର୍ବତ ଗହନେ |୯|