STORYMIRROR

Ranjan Kumar Brahma

Inspirational

4  

Ranjan Kumar Brahma

Inspirational

ମନ୍ଥନ

ମନ୍ଥନ

1 min
210


ବରଷା ଋତୁରେ କାଗଜର ଡଙ୍ଗା

ଶୀତରେ କଦଳୀ ପଟ ।

ମୋ ପ୍ରଦେଶ ଐତିହ ଅମ୍ଳାନ ସତ

ପୁରେ କି ସେଥିରେ ପେଟ ?


ସାଧବ ବୋଇତ ଅସଜଡ଼ା ଏଠି 

ଜାତି ଅଛି ଆରପାରେ ।

ଡଙ୍ଗାକୁ ପଠାଇ ଜଗି ବସୁ କୂଳେ

ଫେରିବ ଆଶା ସେ କାଳେ ।।


ଦଳ ପଙ୍କ ଘେରେ କାତ ପରାଧୀନ

ନ ଭାସେ ତରଣୀ ଧୀରେ ।

ପୂରବର କଥା ପୂର୍ଣ୍ଣିମାରେ ଭାଳି 

ନିଜର ମନକୁ ମାରେ ।।


ଏବର ପିଲାଙ୍କୁ ପଛକଥା କହି 

ନ ମିଳେ କିଛି ବି ଲାଭ ।

ପ୍ରମାଣ ଖୋଜନ୍ତି ପ୍ରଶ୍ନ ପଚାରନ୍ତି 

ତାହା କୋଉଠୁ ଆସିବ ?





Rate this content
Log in

Similar oriya poem from Inspirational