Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Classics Others

4  

Sunanda Mohanty

Abstract Classics Others

ମନପକ୍ଷୀ

ମନପକ୍ଷୀ

1 min
446



ଲୁହ ସବୁ ମୁଁ ରଖିଛି ଆଖିରେ 

ମୁଁ କିବା ଅଶ୍ରୁମୁଖୀ 

ହସ ସବୁ ମୁଁ ଦେଇଛି ତୁମକୁ 

ସେପାଇଁ ବୋଲାଅ ଚନ୍ଦ୍ରମୁଖୀ ।


କଳା ସବୁ ତୁମେ ଚୋରାଇ ନେଇଛ 

ଡାକନ୍ତି କଳାପକ୍ଷୀ 

ରଂଗ ସବୁ ତୁମେ ହୃଦୟେ ମାଖିଛ 

ରାଧା ତେଣୁ ତୁମ ସଖି ।


ଭକ୍ତି ସବୁ ତୁମେ କାହାକୁ ଦେଇଛ 

ମୀରାଙ୍କୁ ଭକତ ଶୀର୍ଷରେ ରଖି 

ଭାବ ସବୁ ଯଦି ଦାସିଆଙ୍କୁ ଦେଲ 

ମୁଁ କିଆଁ ନିରିମାଖି ।


ଅଶ୍ରୁ ସବୁ ଯଦି ଚକ୍ଷୁରେ ରଖିଲ 

କେଉଁ ନାମେ ଯିବି ଡାକି 

ବନ୍ଧୁ ପଣେ ତୁମେ ଶ୍ରେଷ୍ଠ ନିଦର୍ଶନ 

ସୁଦାମା ଏବେବି ସାକ୍ଷୀ  ।


ଗୁରୁ ପଣେ ତୁମେ ମଣିକାଞ୍ଚନ 

ଅଛପା କାହାକୁ ବାକି 

ମିତ୍ର ପଣେ ତୁମେ କୃଷ୍ଣ ଅବତାରେ 

ଦ୍ରୌପଦୀଙ୍କୁ କଲ ସଖି  ।


ଲୁହ ସବୁ ମୁଁ ପିଇଯାଏ ଏଵେ 

ତୁମେ ତ ପାରୁନ ଦେଖି 

କାନ୍ଦି କାନ୍ଦି ମରେ ନୀରବତା ଭରେ 

ଥରେ କହିଦିଅ ଦେଖିଛକି 

ଶୁଣିଛକି, ବୁଝିଛକି ଚକାଆଖି ।


Rate this content
Log in

Similar oriya poem from Abstract