ମଣିଷ
ମଣିଷ
ଖୋଜେ ଯେବେ ଯନ୍ତ୍ରଣା ରହିତ
ପୃଥିବୀଟିଏ, ଯନ୍ତ୍ରଣା ହୁଏ
କମ୍ପଲସରୀ, ଖୋଜେ ଯେବେ
ମନ କଥା ବୁଝିପାରୁଥିବା
ମଣିଷଟିଏ, ମିଳେ କେଉଁଠି
ଖୋଜେ ଯେବେ ଧର୍ମ
ଏକ ଅହିଂସାର, ବାର୍ତ୍ତା ଏକ
ମୈତ୍ରୀର, ଭାବ ଏକ ପ୍ରୀତିର
ମିଳେ କେଉଁଠି, ସନ୍ଧାନ କରେ
ଯେବେ ଏହି ମଣିଷ ଭିତରେ
ମାନବିକତା, ମଣିଷଟା ଯେବେ
ଅମଣିଷ ହୁଏ ସେତିକି ବେଳେ
ମତେ ଆଘାତ ହୁଏ, ନିଆରା
ମଣିଷଟା ଯେବେ ଖୋଜେ ସଠିକ
ସମୀକ୍ଷା, ବ୍ୟାଖ୍ୟା ଏକ ଜୀବନର
ସେତିକିବେଳେ ନୈରାଶ୍ୟର ବେଳା
ପାଲଟିଯାଏ ଜୀଵନ.....................
