STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Drama Action

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Drama Action

ମଣିଷ ଖୋଜୁଛି ମଣିଷଟିଏ

ମଣିଷ ଖୋଜୁଛି ମଣିଷଟିଏ

1 min
235

      


ଆଜିକାଲି ହେଲା ଏ କି ଦୁନିଆଁ 

ମଣିଷ ଖୋଜୁଛି ମଣିଷଟିଏ 

ଦେଖୁଛି କା' ଭିତରେ ଅଛି ମଣିଷ ପଣିଆଁ,

ଏୟାକୁ ତାକୁ ଦେଖି ହୁଏ ଛାନିଆଁ 

ଚାରିଆଡେ ବ୍ୟାପେ ମିଛ କୁହୁଡି ଧୂଆଁ। 

ଆପଣା ପର ସାଉଁଟିବାକୁ ଭାରି ବ୍ୟାକୁଳ 

ମଣିଷ ଖୋଜୁଛି ମଣିଷଟିଏ 

ହୃଦୟଟା କାହାର ଅଛି ସ୍ଵଚ୍ଛ ନିର୍ମଳ, 

ଧନ ଗଦାଇବାକୁ ଖାଲି ପାଗଳ 

ଯାଉ ପଛେ ଶାନ୍ତି କରେ ଗଣ୍ଡଗୋଳ। 

ସ୍ଵାର୍ଥର ପଙ୍କରେ ହୋଇ ଜୁଡୁବୁଡ 

ମଣିଷ ଖୋଜୁଛି ମଣିଷଟିଏ 

ଯେଉଁଠି ଦେଖେ ସେଇଠି ଗଡବଡ, 

ଥିଲେ ବି ତା ପାଶେ ଧନରତ୍ନର ପାହାଡ 

ଅନ୍ୟାୟ ଅନୀତିରେ ଭାଙ୍ଗେ ବନ୍ଧ ବାଡ। 

ଏଠି କଥା ଦିଆନିଆ ପାଣିର ଗାର 

ମଣିଷ ଖୋଜୁଛି ମଣିଷଟିଏ 

ସୁସ୍ଥ ସବଳ ମାନସିକତା ଅଛି କାହାର ?

ସବଳ କରେ ଦୁର୍ବଳ ଉପରେ ପ୍ରହାର 

ସରଳ ନିରିହ କରେ ହାହାକାର। 

ପ୍ରିୟା ପ୍ରୀତିରେ ଚାଲିଛି ଜୀବନ ଜୁଆ

ମଣିଷ ଖୋଜୁଛି ମଣିଷଟିଏ 

କେଉଁଠି ଅଛି ଅଚଳାଚଳ ସମ୍ପତ୍ତି ଥୁଆ ?

ପାଚୁଛି ବେଲ ଲାଭ ପାଉନି କୁଆ

ବୋତଲ ପାଣିରେ ହୁଏ ସଂପର୍କ ଦିଆନିଆ। 

ମନ ବଳାଇ ମାଗଣାରେ କରିବାକୁ ଖିଆପିଆ 

ମଣିଷ ଖୋଜୁଛି ମଣିଷଟିଏ 

ବିପଦ ଆପଦ କାଳେ ପାଶେ ହୁଏନା ଠିଆ, 

ମହକ ଛୁଟେ ନଈକୂଳେ ଫୁଟି କିଆ 

ମଧୁପ ପାଏନା ମଧୁ ହୁଏ ସେ ଭକୁଆ। 

କାହାକୁ କିଛି କାମ ଦେଇ ଏଠି 

ମଣିଷ ଖୋଜୁଛି ମଣିଷଟିଏ 

ଭାବୁଛି ଏ ସବୁ ତା ପାଇଁ କି ବେଠି ? 

ଆପଣାପଣ ଜାହିର କରି ଖାଏ ମାଠି 

ସିଧା ସଳଖ ନ ମିଳିଲେ ଦେଖାଏ ଲାଠି। 

ଯୁଗ ଖରାପ କହି ଆପଣା ଦୋଷ ଢାଙ୍କି 

ମଣିଷ ଖୋଜୁଛି ମଣିଷଟିଏ 

କୁମ୍ଭୀର ସାଜି ରକତ ଖାଏ ଘର ଢିଙ୍କି, 

ବେଙ୍ଗ ମୁହଁରେ ପଡିଯିବ କି ଶିଶୁ କଙ୍କି... 

ଆପଣାର ପ୍ରମାଦ ଗଣି ରହେ ଖାଲି ଶଙ୍କି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama