STORYMIRROR

Goutam Mohanty

Tragedy Others

3  

Goutam Mohanty

Tragedy Others

ମଙ୍ଗୁଳା କନ୍ୟା

ମଙ୍ଗୁଳା କନ୍ୟା

1 min
273

 


କେଉଁ ଜନମରେ    ପାପ କରିଥିଲି

   ଶୁଖିଲାନି ଆଖି ଲୁହ

ଦଇବ ସାଜିଲା   ବାଧକ ମୋ ପାଇଁ

   ଭରିଦେଲା ମନେ କୋହ


ବିବାହ ହେବ ମୋ  ଶୁଣି ଖୁସି ଥିଲି

 ପାଦ ତଳେ ଲାଗେ ନାହିଁ

ଆନନ୍ଦ ଉଲ୍ଲାସେ   ଫାଟି ପଡୁଥିଲା

  ମୋ ଘର ଅଗଣା ତହିଁ


ବାଡ଼ୁଅ ପାଣିରେ ଗାଧୋଇ ସାରି ମୁଁ

    ବଉଳପାଟ କୁ ପିନ୍ଧି

ମନେ ଆଶା କେତେ ବାନ୍ଧି ବସିଥିଲି

     ଆସିବ ପଗଡ଼ି ବାନ୍ଧି


ଅଚାନକ ଖୁସି   ହେଲା ପରଦେଶୀ

   ହସ ମୋ ଗଲା ମଉଳି

ଆସିଲା ଏମିତି    ଦୁଃଖଦ ଖବର

   ମନ ମୋ ଗଲା ଝାଉଁଳି


ଦୂରରୁ ଶୁଭିଲା      କ୍ରନ୍ଦନର ଧ୍ଵନି

    ବର ଗାଡ଼ି ଧକ୍କା ହେଲା

 ଅଶୁଭ ଖବର     ଆସିଲା ପାଖକୁ

     ବଜ୍ର ସତେ ପଡ଼ିଗଲା


ବାଜୁଥିଲା ଶୁଭ     ସାହାନାଇ ସ୍ୱର

     ଅଶୁଭ ସଂକେତ ନେଇ

ଫେରିଗଲେ ସବୁ     ବନ୍ଧୁ ପରିଜନ

   ଅଲକ୍ଷଣି ଆଖ୍ୟା ଦେଇ


ମଙ୍ଗୁଳା କନ୍ୟା ମୁଁ  ହୋଇ ସାରିଥିଲି

    ମୋ ମୁହଁ ଚାହିଁବା ମନା

 ସାହି ପଡିଶାରେ  ଫୁସୁରୁ ଫାସର

   ମତେ ନେଇ ଆଲୋଚନା


ବିଧିର ବିଧାନ    ବିଚିତ୍ର ସତରେ

    ଟାଳି କି ପାରିବି କେବେ

ଦୁଃଖକୁ ଆବୋରି ବଞ୍ଚିବା ମୋ ପାଇଁ

    ଭାରି କଷ୍ଟ ସାଧ୍ୟ ଏବେ


ଦୁଃଖର ପାହାଡ  ପଡ଼ିଲା ତ ଛିଡି

   ନୟନୁ ଲୋତକ ଝରେ,

ଏମିତି ଘଟଣା  କାହାରି ଜୀବନେ

   ନ ଆସୁ ପ୍ରାର୍ଥନା କରେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy