STORYMIRROR

Kalandi pal

Inspirational

3  

Kalandi pal

Inspirational

ମଙ୍ଗଳମୟୀ

ମଙ୍ଗଳମୟୀ

1 min
331

ମଙ୍ଗଳମୟୀ ମାଆ ମନ୍ଦାରମୟୀ ମା

  ମାନସିକ ମୟୀ ମାଆ.

ସିନ୍ଦୂରମୟୀ ମାଆ କରୁଣାମୟୀ ମାଆ

  କରୁଣାର ବହେ ବାଆ.

ତୁହି ମୋ ତାରିଣୀ ମାଆ

  ତୁହି ମୋ ତାରିଣୀ ମାଆ. l0l


ଏ ଜୀବନେ ତୋତେ ଡାକି ଡାକି କେତେ

  ପାଇଛି ପରଶ ତୋର.

ସମର୍ପି ଦେଇଛି ପାଦ ତଳେ ତୋର

  ଏ ପାପ ଜୀବନ ମୋର.

ତୁହି ମୋର ସାହା ମାଆଲୋ ଯୋଗମାୟା

  ତୋ ବିନା ମୁଁ ଏକୁଟିଆ. l1l


ଆର ଜନମକୁ ସେବା କରିବାକୁ

  ଦାସୀରେ ଦେବୁ ଜନମ.

ନିତି ତୋର ସେବା କରୁଥିବି ଅବା

  ଭାବେ ହଜାଇ ପରାଣ.

ତୋ ବେଢାରେ ଥିବି ନିତି ଦେଖୁଥିବି

  ହାତେ ସଜେଇକି ମାଆ. l2l



Rate this content
Log in

Similar oriya poem from Inspirational