STORYMIRROR

Liza Senapati

Abstract

2  

Liza Senapati

Abstract

ମନେପଡୁ ଆଜି

ମନେପଡୁ ଆଜି

1 min
149

ତୋ କଥା ଆଜି ଭାରି ମନେପଡୁଚି

ତୋ ସ୍ମୃତି ରେ ବାଟ ଚାଲୁଚି

ପ୍ରତିକ୍ଷଣ ଜଳେ ନିରବରେ

 ସ୍ମୃତି ତୋର ମତେ ଜାବୁଡି ଧରେ

ଚାହ୍ନିଲେବି ତୋଠୁ ଦୂରେ

ପାରେନା ମୁଁ ଯାଇ

ପଛରୁ ଭିଡି ଧରି

ହାତ ଠାରି ଡାକେ

ତୋ ସାଥେ ବାଟ ଚାଲିବାକୁ

ଭଲପାଏ ତତେ ଏମିତି

ମରୁଭୂମିରେ ପାଣି ଯେମିତି

ବାଟୋଇ ଟେ ଏକା ମୁଁ

ନିଛାଟିଆ ଏ ରାସ୍ତାରେ

ଲାଗେ ସତେ ତୁ

ସ୍ମୃତିର ପଟୁ ରେଖା ତଳେ

ଦୃଲ୍ଲଭ ଦରବ ଟେ ମୋ ପାଇଁ

ନିଶ୍ୱାସ ଆଜି ଅଣ ନିଶ୍ୱାସି ତୋ ବିନା

ପଚାରୁଚି ଆଖି ଲୁହକୁ

କେତେ ଆଉ ତୁ କାଦ୍ଦିବୁ

କି ଦୁଖଃ ଦେଇଗଲୁ 

ଆଖି ଲୁହ ଭିଜା

କି ସପନ ଦେଖଉଛୁ

ଛାତି କୋହ ଭରା

ରେ ମନ ତାକୁ ଆଉ ମନେ ପକାନା

ଯାଇଚି ସେ ତୋଠୁ ଦୂରେ ଚାଲି

ଫେରିବନି ଆଉ ସେ ତତେ ଝୁରି ଝୁରି


Rate this content
Log in

Similar oriya poem from Abstract