STORYMIRROR

Sunanda Mohanty

Abstract Tragedy Inspirational

3  

Sunanda Mohanty

Abstract Tragedy Inspirational

ମନେପଡେ ଦୀପାବଳି

ମନେପଡେ ଦୀପାବଳି

1 min
203


ଦିପାବଳୀ ଥିଲା ଅଛି ଥିବ

ବର୍ଷକୁ ବରଷ କେତେ ବଦଳିବ

ମନେପଡ଼େ ପିଲାଦିନ ବାଣ

ରାତିସାରା ଉଜାଗରେ ଜାଳି ଦୀପ

ଜଗିଥାନ୍ତି ବାପା ଦେଇ ଧୂପ ନୈବ୍ୟଦ

ସେ ଜାଳିଥିଲେ ତାଙ୍କ ପିତା ପିତାମହ

ମାତା ମାତାମହଙ୍କ ପଥ ଓ ପାଥେୟ

ଆହରଣ କରି ଆଲୋକ ଦେଖେଇ

ଅନ୍ଧାର ଓ ଅନ୍ଧବିଶ୍ୱାସର ସରହଦ

ଟପି ,ଦିବ୍ୟ ଚେତନା ଚୈତନ୍ୟ ଲଭି

ସୃଷ୍ଟି କରି ଦୃଷ୍ଟି ଦେବାକୁ ଆଉ ଏକ ଯୁଗ

ହେଲେ ସେ ଆଜି ପିତୃପୁରୁଷ ନିଜେ

ହୋଇ କେବଳ ଅବ୍ଦର ଶବ୍ଦ

ଗୁଣ ଧର୍ମ ଚେତନା ନିଶବ୍ଦ 

କାଲି ଆମେ ମୁଁ ଓ ସମସ୍ତେ ହେଇଥିବ

ରଫାଖାତାର ରଫା ଦଫା ଶବ୍ଦରେ ନିଶବ୍ଦ

ଦୁନିଆଁ ର ରୀତି ଏହି ମା କାଳୀ ସାହା ତୁହି

ନଥାଉ ବିଭେଦ ନହୋଇ ଦୂର୍ଭେଦ୍ୟ

ରଖିଯିବାକୁ କାଳ କାଳ ସ୍ୱୀକୃତି

ମଣିଷ ତୋ ଆଶିଷେ ଖୋଜୁଥାଉ ବିଗତ ଅଦ୍ଦ

ତା ଭିତରୁ ଜାଳି ଅମା ଅନ୍ଧାର କୁସଂସ୍କାର

ଗୋଟାଉଥାଉ କେବଳ ପଙ୍କ୍ତି ପାଇଁ ଶବ୍ଦଭେଦ ।


Rate this content
Log in

Similar oriya poem from Abstract