STORYMIRROR

Manorama Mohanty

Abstract

2  

Manorama Mohanty

Abstract

ମନ ସିଂହାସନେ ବିଜେକର

ମନ ସିଂହାସନେ ବିଜେକର

1 min
3.2K

ଅତି ଶରଧା ରେ ଡାକୁଛି କାଳିଆ 

    ଶୁଣ ଡାକ ଦୟା କରି, 

ସଜେଇ ରଖିଛି ମନ ସିଂହାସନ 

     ବିଜେକର ବାରେ ହରି


ଘୋରି ରଖିଛି ମୁଁ ପୀରତି ଚନ୍ଦନ 

     ଲେପିଦେବି ଶ୍ରୀ ଅଙ୍ଗରେ, 

ଭକତିର ମାଳା ଗୁନ୍ଥିଛି ପ୍ରଭୁ ହେ 

     ଲମ୍ବାଇ ଦେବି ଗଳା ରେ


ପାପ ପୁଣ୍ୟ ଯେତେ ଅରଜିଛି ମୁହିଁ 

     ଚଲା ପଥରୁ ସାଉଁଟି, 

ରଖିଛି ସାଇତି ଦେବା ପାଇଁ ତୁମ 

     ଅଭୟଚରଣେ ଭେଟି


ତୁମେ ମହାବାହୁ ଜଗତ କରତା 

      ଦୁଃଖୀ ଲାଗି ଦୟା ହେଉ 

ମୁହିଁ ଅକିଞ୍ଚନ ଦୀନହୀନ ଜନ 

     ଚରଣେ ଗୁହାରି ଥାଉ


ତୁମେ ତ ଦୟାଳୁ ବୋଲାଅ ସଂସାରେ 

        ଦୃଷ୍ଟର ବିନାଶକାରୀ, 

ତୁମେ କୃପା କଲେ ମୂକ ଗୀତଗାଏ 

 .     ପଙ୍ଗୁ ଲଙ୍ଘିଯାଏ ଗିରି


ଅନ୍ଧ ଦେଖି ପାରେ କାଲ ଶୁଣିପାରେ 

      ଅନୁକମ୍ପା ତୁମ ହେଲେ, 

ଦାଣ୍ଡର ଭିକାରି ଅଳକା ର ପୁରୀ 

       ଲାଭ କରେ ଅବହେଳେ


ହୁଅଇ ପତିତ ମହା ପୂଣ୍ୟବନ୍ତ 

     ନାମ ତୋର ଗାଉ ଗାଉ, 

ତୋ ପାଦେ ଜୁହାର କୋଟି କୋଟି ମୋର 

     କରୁଣା ଉଣା ନ ହେଉ


ଜୀବନ ର ସବୁ କାମନା କୁ ମୋର 

       ଜାଳିବି ପ୍ରଦୀପ କରି, 

ତୁମରି ସେବାରେ ବିତିଯାଉ ପ୍ରାଣ 

       ମୁହିଁ ଯେ ପାଦ କିଙ୍କରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract