ମନ ମୋର
ମନ ମୋର
ମନ ମୋର
ପ୍ରଜାପତି
ଉଡ଼େ ଗୀତ ଗାଇ
ହଜାରେ ଫୁଲରୁ ଫୁଲ
ସୁଖର ପସରା ବାଣ୍ଟି
ମନ ମୋର
ଯାଯାବର
ଲକ୍ଷ୍ୟହୀନ ପଥିକ
ମହା ଆନନ୍ଦରେ ବୁଲେ
ବାଣ୍ଟି ସଭିଙ୍କୁ
ଖୁସିର ଜୁଆର
ମନ ମୋର
ଖୋଲା ବହି
କହେ କେତେ କାହାଣୀ
ସ୍ନେହ ମମତାର
ଝରଣା ଟେ ସିଏ
ହସ ଫୁଲ ବାଣ୍ଟେ
ସଭିଁଙ୍କ ମୁହଁରେ
ସଭିଙ୍କୁ ହସେ ନିଜେ ଵି ହସି
