Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sourav Jal

Romance

4.5  

Sourav Jal

Romance

ମନ ଚାହେଁ ମନ

ମନ ଚାହେଁ ମନ

1 min
618


ଭ୍ରମର ଘୁର୍ଣ୍ଣନ ପାଖୁଡା ପରି

    ମନ ଚାହେଁ ମନ ତୋର

ଗ୍ରୀଷ୍ମେ ସାୟନ୍ତନେ ରଜନୀଗନ୍ଧା

    ସମ ବାସେ କେଶ ତୋର |


ତୁଷାର୍ତ୍ତ ଶ୍ଵାନ ନୀର ଖୋଜେ ପରି

    ଓଠ ଚାହେଁ ଓଠ ତୋର

ପ୍ରିୟତମା ମୋ ଏକାନ୍ତ ଜୀବନେ

     ଫେରି ଆସ ଗୋ ଏଥର |


ଅମୃତ ଅନୁଭବେ ମନ ଭ୍ରମେ

    ପ୍ରେମ ଚାହେଁ ପ୍ରେମ ତୋର

ପ୍ରେମ କିରଣେ ସୁନେଲି ରଙ୍ଗରେ

    ଧୂଳି ରେ ଆଂକେ ନାଁ ତୋର |


ପାଉଁଜି ଇଂଗିତେ ଜୋସ୍ନା ଆଲୋକେ

    ସ୍ପର୍ଶ ଚାହେଁ ସ୍ପର୍ଶ ତୋର

ଲାସ୍ୟମୟୀ ସହସ୍ର ଭାବ ଚାହେଁ

    ସେ କାଉଁରୀ ପରଷର |


ଗୋଲାପୀ ଓଠ ତୋ ଲାଜୁଆ ଆଖି

     ଆଖି ଚାହେଁ ଆଖି ତୋର

ହସିରେ ତୁମ ଗହନେ ନାଚଇ

     ପୁଷ୍ପ ଶାଶ୍ୱତ ପ୍ରେମର |


ଅସଜଡ଼ା ସପନ ସଂସାରରେ

    ହାତ ଚାହେଁ ହାତ ତୋର

ଗୋଲାପ ମହକେ ଭରା ଫୁଲ ମୁଁ

    ଖୋଜେ ଅଦେଖା ଭଅଁର |


Rate this content
Log in

Similar oriya poem from Romance