STORYMIRROR

Rajakishore Mundi

Inspirational

3  

Rajakishore Mundi

Inspirational

ମମତାର ସ୍ପର୍ଶ

ମମତାର ସ୍ପର୍ଶ

1 min
26

ମା କୋଳ ମୋର ସରଗ ପୁରା

ମା ଠୁ ପାଇଛି ସ୍ନେହ ଆଦର

ପାଖରେ ବସେ

ଖୁସିରେ ହସେ

ତାର ସେବା ଯତ୍ନେ ଘରଟି ହସେ !!୧!!

               ଗଢିଛି ଆମକୁ ଯତନେ ତାର

               ମା ବିନା ଏଠି ସବୁ ଅସାର

               ସିଏ ମୋ ସାହା

               ଦେଇଛି ରାହା

               ଜୀବନ ଠାରୁ ଅତିମୋ ପ୍ରିୟ ମା !୨!!

ଗଙ୍ଗା ଠୁ ପବିତ୍ର ମହି ଠୁ ବିଶାଳ

ସବୁଠୁ ପବିତ୍ର ଧୂଳି ପାଦ ତଳ

ଉପାସ କରେ

ବ୍ରତ ବି କରେ

ନ ଖାଇ ନ ପିଇ ଆମକୁ ଦିଏ !!୩!!

               ଗୁହାରି କରୁଛି ବିଭୁ ପାଦତଳେ

                ଜନ୍ମ ଦିଅ ସଦା ତାହାରି କୋଳେ

                ସେ ମମତା ମୟୀ

                ସେ କରୁଣା ମୟୀ

                ମା ସ୍ନେହ ରହୁ ସଦା କାଳଜୟୀ !!୪!!

ତା ଗାଳି ଲାଗଇ ଦାଣ୍ଡର ଧୂଳି

ଆମେ ଅଟୁ ତାର ଜପର ମାଳି

ତାହାରି କୋଳେ

ଅନ୍ତିମ କାଳେ

ଜୀବନ ଯାଉ ମୋ ତାହାରି ମେଳେ !!୫!!

                 ମନେ ଆଣେ ଶାନ୍ତି ମାଆ ର ସ୍ପର୍ଶ

                କର୍ମେ ମର୍ମେ ମୋର ଆଣଇ ଉତ୍କର୍ଷ

                ହାତର ସ୍ପର୍ଶ

                କୋଳର ସ୍ପର୍ଶ

               ମା ସ୍ନେହ ଶ୍ରଦ୍ଧା ଜୀବନେ ଅନାଇ ହର୍ଷ !!୬!!

                       

  


Rate this content
Log in

Similar oriya poem from Inspirational