STORYMIRROR

Nrusingha Narayan Tripathy

Classics Inspirational Others

3  

Nrusingha Narayan Tripathy

Classics Inspirational Others

ମକର ସଂକ୍ରାନ୍ତି

ମକର ସଂକ୍ରାନ୍ତି

1 min
189


ମକର ମାସର ପ୍ରଥମ ଦିନର

ମକର ସଂକ୍ରାନ୍ତି ପର୍ବ

ରୋମାନ ଇହୁଦୀ ଭାରତୀୟ ବାସୀ

ଆନନ୍ଦେ ପାଳେ ଉତ୍ସବ l


ନଦୀ ସରୋବରେ ନାନା ତୀର୍ଥ ସ୍ଥାନେ

ବୁଡ଼ ସ୍ନାନ ଯାତ୍ରା ମେଳା

ସୂର୍ଯ୍ୟ ଶିବ ପୂଜା ଗୁଡ଼ି ଉଡ଼ା ମଜା

ଭକ୍ତି ଭାବେ ନାନା ପାଲା l


ମେଳା ମହୋତ୍ସବ ନାଚ ସଂକୀର୍ତ୍ତନ 

ସଂକ୍ରାନ୍ତିରେ ଧର୍ମ ଭାବ

ପିନ୍ଧି ନବ ବସ୍ତ୍ର  ଜପ ତପ କରେ

ହିନ୍ଦୁତ୍ୱର ବଡ଼ ପର୍ବ l


ଭାରତ ଦେଶର ଗଙ୍ଗାସାଗରର

ବଡ଼ ମେଳା ବୁଡ଼ ସ୍ଥାନ

ସୂର୍ଯ୍ୟ ଆରାଧନା ହୁଏ ପୂଜାର୍ଚ୍ଚନା

ମକରେ କରି ଜଣାଣ l


କୃଷିଭିତ୍ତିକ ର ମହାନ ପରବ

ପାରମ୍ପରିକ ପୂଜା ବ୍ରତ

ମକର ଚାଉଳ ପୂଜା ହୁଏ ଭୋଗ 

ସଙ୍ଗେ କଦଳୀ ନବାତ l


ମକର ସଂକ୍ରାନ୍ତି ମକର ବସନ୍ତି

ଖାଇ ମକର ଚାଉଳ

ଦିନଯେ ବକର ପରଠୁ ମକର

ବଡ଼ଯେ ସଞ୍ଜ ସକାଳ l


ଗତି ସୂର୍ଯ୍ୟଙ୍କର  ଉତ୍ତରାୟଣର

ଶୁଭାରମ୍ଭ ଯଜ୍ଞ ବ୍ରତ 

ଛଅ ମାସ ଶୁଭ କାର୍ଯ୍ୟ ଶୁଭାଶୁଭ

ଆରମ୍ଭ ମକର ଯାତ l


ଦକ୍ଷିଣ ଭାରତ ମୁଖ୍ୟ ପର୍ବ ସେତ

ପୋଙ୍ଗଲ ଭୋଗୀ ତା ନାମ

ଆଦିବାସୀଙ୍କର ଟିସୁଯେ ମକର 

 ଭିନ୍ନ ସ୍ଥାନେ ଭିନ୍ନ ନାମ l



Rate this content
Log in

Similar oriya poem from Classics