STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ମିଥ୍ୟାର ମଞ୍ଚ

ମିଥ୍ୟାର ମଞ୍ଚ

1 min
206


ଭ୍ରମିତ କରନ୍ତି ମିଥ୍ୟାର କଥାରେ


ନାହିଁ ଗୋଡ଼ ହାତ ଏଠି,


ବୃଥା ରେ କରନ୍ତି ଅଭିନୟ ନିତି


ମିଥ୍ୟକ କଥାରେ ସେଠି।୧।


ଫୋନ୍ ଟେପିଂ କିମ୍ବା ଫୋନ ଜାସୁସି 


ମିଥ୍ୟା ଅଭିଯୋଗ ତାଙ୍କ,


ମିଳି ରହି ଛନ୍ତି ବିଦେଶୀ ସଙ୍ଗରେ


ଷଡ଼ଯନ୍ତ୍ର ଅଟେ ତାଙ୍କ।୨।


ଦୁଇ ସଭା ଆଜି ସଂସଦ ଗୃହରେ


ନ ଚଳେ ମିଥ୍ୟା ହୁଙ୍କାରେ,


ସତ୍ତାର ନିମନ୍ତେ ଜନତାଙ୍କ ଟଙ୍କା


ମିଶିଣ ଯାଏ ଧୂଳିରେ।୩।


ଜାସୁସି ହୋଇଛି ଅବା ଫୋନ୍ ଟେପିଂ


ଥାନା ଅଛି ତାର ପାଇଁ,


ଫୋନ୍ ଜମା କର ମକଦ୍ଦମା କର


ସମାଧାନ ଅଛି ପାଇଁ।୪।


ତାହା ନ କରିଣ ବିନା ପ୍ରମାଣରେ


କିମ୍ପା କର ସଡ଼ଯନ୍ତ୍ର,


ଜନତାଙ୍କ ଟଙ୍କା ନଷ୍ଟ କରୁ ଅଛ


କିମ୍ପା ମିଥ୍ୟା ସଡ଼ଯନ୍ତ୍ର?।୫।


ବାହାରେ ଭିତରେ ମିଥ୍ୟାର ନାଟକ


କରୁ ଅଛ କିମ୍ପା ତୁମେ?


ଜନତା ଏବେବି ମୂର୍ଖ କି ଅଛନ୍ତି


ଭାବି ଅଛ ମନେ ତୁମେ?।୬।


ଡିଜିଟେଲ ହେଲା ସମ୍ପୂର୍ଣ୍ଣ ଭାରତ


ଡିଜିଟେଲ ଜନ ଏବେ,


ଆତ୍ମନିର୍ଭରଟି ଦେଶ ସାଜୁ ଅଛି


ଆତ୍ମବିଶ୍ୱାସରେ ଏବେ।୭।


ରାମ ରାଜ୍ୟ ପରି ଦେଶ ଚାଲୁ ଅଛି


ଅଛନ୍ତି ଜନ ଖୁସିରେ,


ମିଥ୍ୟା ସଡ଼ଯନ୍ତ୍ର କିମ୍ପାଇଁ କରୁଛ


ଜନତା ଟଙ୍କା ବୃଥାରେ।୮।


ମିଥ୍ୟା ସଡ଼ଯନ୍ତ୍ରେ ସତ୍ତାକି ମିଳିବ


ଭାବି ଅଛ ମନ ମଧ୍ୟେ


ଘୃଣାର ପାତ୍ରଟି ହେଉ ଅଛ ତୁମେ


ଜନତାଙ୍କ ଚକ୍ଷୁ ଆଗେ।୯।


କୃଷକଙ୍କ ପାଇଁ କୃଷିର କାନୂନ


କୃଷକ ମଙ୍ଗଳ ପାଇଁ,


ତହିଁରେ ବିରୋଧ କର କାହିଁ ପାଇଁ


ହୋଇଛି ଟି ତାଙ୍କ ପାଇଁ।୧୦।


ସତ୍ତାତ ଆସିବ ଯିବ ପୁଣି କେବେ


ଚିରସ୍ଥାଇ ନୂହେ ଏହା,


ନିସ୍ବାର୍ଥ କର୍ମରେ ନିସ୍ବାର୍ଥ ସେବାରେ


ପ୍ରାପ୍ତି ହୋଇ ଥାଏ ଏହା।୧୧।


ତାହା ପାଇଁ କିମ୍ପା ସଡ଼ଯନ୍ତ୍ର ତୁମ


ମିଥ୍ୟକ ଡ଼ଙ୍ଗାରେ ବସି,


ଜନତାଙ୍କ ଟଙ୍କା ବେକାର କରୁଛ


କିପରି ଯିବଟି ଖସି।୧୨।


ମିଥ୍ୟା ଅଭିନୟ ନାହିଁ ଚିରସ୍ଥାଇ


ସତ୍ୟତା ନିଶ୍ଚେ ଆସିବ,


ତୁମ୍ଭର ଚରିତ୍ର ଦେଖିଣ ଜନତା


ଅତିହିଁ ଘୃଣା କରିବ।୧୩।


ଭ୍ରମିତ କରନ୍ତି ମିଥ୍ୟାର କଥାରେ


ନାହିଁ ଗୋଡ଼ ହାତ ଏଠି,


ବୃଥା ରେ କରୁଛ ଅଭିନୟ ନିତି


ମିଥ୍ୟକ କଥାରେ ସେଠି।୧୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy