STORYMIRROR

pravasini Senapati

Children

3  

pravasini Senapati

Children

ମିଲୁ ଓ ମିଲି ଙ୍କ ବଗିଚା ବୁଲା

ମିଲୁ ଓ ମିଲି ଙ୍କ ବଗିଚା ବୁଲା

1 min
158

ମିଲୁ,ମିଲି ଦୁହେଁ ଭାଇ ଭଉଣୀ

ବଗିଚାରେ ବୁଲୁ ଥିଲେ

ଫୁଲ ଗଛଟିଏ ଝାଉଁଳି ପଡିଛି

ପାଖକୁ ଯାଇ ଦେଖିଲେ ।


ପଚାରିଲା ମିଲି କହରେ ଭାଇ ! 

ଗଛଟି କାହିଁକି ମଲା ??

ମିଲି କଥା ଶୁଣି ବଡ଼ ଭାଇ ମିଲୁ

ଅଳପ ଭାବି କହିଲା ।।


ବିଜ୍ଞାନ ଶିକ୍ଷକ କହୁଥିଲେ ଆମ

ଗଛରେ ଜୀବନ ଥାଏ

ଖାଦ୍ୟ ଓ ପାନୀୟ ନ ମିଳିଲେ ତାକୁ

କେମିତି ବଞ୍ଚିବ ସିଏ ?


ଆଶ୍ଚର୍ଯ୍ୟ ଆଖିରେ ଚାହିଁଥିଲା ମିଲି

ମନରେ ପ୍ରଶ୍ନ ଅନେକ

କେମିତି ହେବ ସେ ସଜୀବରେ ଗଣା

କାହିଁ ତା'ର ପାଟି ନାକ ??


ମିଲି କଥା ଶୁଣି ହସି ହସି ମିଲୁ 

କହି ଗଲା ଏକା ଥରେ.....

ବିଜ୍ଞାନ ଶ୍ରେଣୀରେ ପଢ଼ିଥିଲି ଯାହା

କହୁଛି ମୁଁ ତୋ ଆଗରେ ।


ଆଖି ,ନାକ ,ପାଟି ନାହିଁ ତ'ର ସିନା

ତଥାପି ସେ ଖାଦ୍ୟ ଖାଏ.......

ପତ୍ର ଦ୍ୱାରା କରେ ଖାଦ୍ୟ ତିଆରି ସେ

ଚେର ଦ୍ୱାରା ପାଣି ପିଏ ।


ବଂଶ ବୃଦ୍ଧି କରେ, ଶ୍ୱାସକ୍ରିୟା କରେ

ଛୋଟରୁ ବି ବଡ ହୁଏ.....

ଫଳ, ଫୁଲ ଛାଇ ଆଉ ଅମ୍ଳଜାନ

ଆମକୁ ଯୋଗାଇ ଦିଏ ।।


ମିଲୁ କଥା ଶୁଣି ମିଲି ଭାରି ଖୁସି

କହିଲା ବୁଝିଲି ଭାଇ !!

ଗଛ ବିଷୟରେ ଏତେ ସବୁ କଥା

ଆଜି ଜାଣିଲିଟି ମୁହିଁ ।।

,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children