ମିଲଖା ସିଂହ
ମିଲଖା ସିଂହ
ଜୀବନ ଯାହାଙ୍କ ସଂଘର୍ଷ ରେ ପୂର୍ଣ୍ଣ
ପ୍ରତିକ୍ଷଣ ଯେ ସଂଗ୍ରାମ l
ବିଶ୍ୱ ଦରବାରେ ଦଉଡ ଖେଳରେ
ରଖିଲ ଭାରତ ନାମ ll
ପାଦରୁ ରୁଧିର ବହିଲେ ବି ଝର
ଚେଷ୍ଟା ଚାଲେ ବାର ବାର l
ଭାରତ ସେନାରୁ ଜୀବନ ଆରମ୍ଭ
ଗର୍ବ ତୁମେ ଭାରତର ll
ଅଶ୍ୱ ସମ ଗତି ଦ୍ରୁତ ଧାବ ଲକ୍ଷେ
ଭାରତ ର ନାମ ପାଇଁ l
ସ୍ବର୍ଣ୍ଣ ଯେ ପଦକ ପୁରସ୍କାର ବହୁ
ଆଣିଛ ମିଲଖା ନେଇ ll
ଦ୍ରୁତେ ଧାଇଁ ବାକୁ ଲକ୍ଷରେ ଯୁବାକୁ
ଶିକ୍ଷା ତୁମେ ଦେଉ ଥିଲ l
ଆଉ କେ ତାଲିମ ଦେବଯେ ତାହାଙ୍କୁ
କାଇଁ ସର୍ବେ ଛାଡି ଗଲ ll
