STORYMIRROR

Balaram Barik

Inspirational

3  

Balaram Barik

Inspirational

ମିଡ଼ିଲ୍ କ୍ଲାସ।

ମିଡ଼ିଲ୍ କ୍ଲାସ।

1 min
176


ଏ ଦେଶେ

ମଧ୍ୟବିତ୍ତ ହେବା ପାପ।

ନଥାନ୍ତି କେହି ମା,ବାପ।


ରାସନ କାର୍ଡ ମିଳେ ନାହିଁ

ସରକାରୀ ସୁବିଧା କାହିଁ ?


ଚାଉଳ ମିଳେନି ମାଗଣା।

ଆଲୁଅ କିଣିବା ଯାତନା।


ମିଳେନି କୋଟାରେ ନିଯୁକ୍ତି।

ଲାଭ ନାହିଁ କରି ଯୁକତି।


କର ଦେଇ ଦେଇ ମଲୁ।

ଧରାନ୍ତି ଲାଙ୍ଗୁଳ ଭାଲୁ।


ବ୍ୟାଙ୍କରୁ ମିଳେନି ଋଣ।

ଦର ବଜାରୁ କିଣୁ ଯେ ତୁଣ।


ଆମ ଉପରେ ନାହିଁ ଦୟା।

ଦଳିତ,ନିଷ୍ପେସିତ ମାୟା।


ଆମେ ରହୁ ମଧ୍ୟ ଭୋକିଲା।

କିଏ ଦେଖୁଛି ପେଟକୁ ଭଲା।


ରୋଗୀଣାର ସେବା ପାଇଁ ।

ଜମିବାଡ଼ିକୁ ବିକୁରେ ଭାଇ ।


"ନିୟମ-କାନୁନ ଯେତେ ଆମ ପାଇଁ।

ସମ୍ବିଧାନରେ ଦୁଇ ଧାଡି ଆମ ପାଇଁ ଲେଖା ନାହିଁ।"


ତଥାପି ହସୁଛୁ ଆମେ।

ବିଚାର କର ହୋ ତୁମେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational