STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

ମିଛ ଦୁନିଆଁ

ମିଛ ଦୁନିଆଁ

1 min
214

ଦୁଇ ନିଆଁର ଦୁନିଆଁରେ 

ସବୁ ମିଛ ନିଆଁ ପାଣି ପବନ ଛାଡି 

ମିଛ ଦୁନିଆଁରେ ବଞ୍ଚିବା ମୁସ୍କିଲ 

ପିତା ମାତାଙ୍କୁ ଦିଅନ୍ତି କିଏ ବି ତଡି 

ମିଛ ଦୁନିଆଁରେ କିଏ କାହାର ଏଠି 

ସ୍ୱାମୀ ଦିଏ ସ୍ତ୍ରୀକୁ ପଡି 

ମିଛ ଦୁନିଆଁରେ ସନ୍ତାନ ନୁହେଁ ମାଆର 

ପାଗଳ ବୋଲି ପୁଅ ପାଦରେ ବେଡି 

ମିଛ ଦୁନିଆଁରେ ବନ୍ଧୁ ହୁଏ ସ୍ୱାର୍ଥପର 

ପର ବୁଦ୍ଧିରେ ପଡି 

ମିଛ ଦୁନିଆଁରେ କନ୍ୟା ହୁଏ ପର 

ବାନ୍ଧି ନୂଆ ସମ୍ପର୍କ ଦଉଡି 

ମିଛ ଦୁନିଆଁରେ ବାଟବଣା ଏ ମଣିଷ 

ହୋଇ କରମ କୋଢି 

ମିଛ ଦୁନିଆଁରେ ଗୋଟିଏ ସତ 

ଯିବ ବିଞ୍ଚି ବିଞ୍ଚି ଖଇ କଉଡ଼ି 

ମିଛ ଦୁନିଆଁରେ ଏକମାତ୍ର ସତ୍ୟ 

କର୍ମଫଳ ଥିବ ସାଥେ ଜାବୁଡି 

ଆସିଅଛେ ଏକା ଚାଲିଯିବା ଏକା 

ମଥା ପିଟୁଥିବ ସମୁଦ୍ର ଲହଡି 

ମିଛ ଦୁନିଆଁରେ ମହାଭାରତ ରାମାୟଣ 

ବାଟ ଚାଲିବାକୁ ସତ୍ୟର ପେଡି 

ମିଛ ଦୁନିଆଁରେ ଜୀଇଁବାକୁ ହେଲେ 

ମଣିଷପଣିଆ ନଦେବା ଛାଡି 

ମିଛ ଦୁନିଆଁରେ ଚିରନ୍ତନ ସତ୍ୟ 

ଜଗନ୍ନାଥ ଏକା ଅନ୍ଧ ଲଉଡ଼ି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational