STORYMIRROR

Binaya Bhusan Panigrahi

Inspirational Others

2  

Binaya Bhusan Panigrahi

Inspirational Others

ମି ଠୁ-ମହାସୁତ୍ର

ମି ଠୁ-ମହାସୁତ୍ର

1 min
5.6K


ଏକ ସାଂପ୍ରତିକି ଅନୁଚିନ୍ତା:


ଅଶ୍ଳୀଳ ଇଙ୍ଗିତ ଦେଇ,

ସମ୍ବେଦନଶୀଳ ଅଙ୍ଗ ଛୁଇଁ,

କରିଥିଲେ ବଳାତ୍କାର ମୋତେ,

ଧର୍ଷଣ ବି କରିଥିଲେ ଥରେ ଦୁଇଥର,

ଏମିତି ଆହୁରି ଅନେକ କିଛି

ଅନେକ ବେଳେ ଅନେକ ବାର

ଘଟିଥିଲା ମୋ'ସାଥିରେ

ଯାହା କପୋଳକଳ୍ପିତ ଥିଲା

ନତୁବା,ହିସାବର ଫର୍ଦ୍ଦ ହଜିଥିଲା।


କିଛି ହେଲେ କିଛି ବି ନ ଥିଲା ମନେ,

ସେଲିବ୍ରିଟି ହେଲାପରେ ମନେପଡେ ବୋଲି

ଏଇତ,ସବୁଯାକ ଏବେଏବେ ମନେ ପଡ଼ିଗଲା।


ସେତେବେଳେ ମୋ ପାଖରେ ଥିଲାଖାଲି

ଦେହଟେ-ଯୌବନ ରେ ଛଳଛଳ

ବୁଦ୍ଧି-ବିବେକ ଶୁନ୍ୟ,ନିଲଠା-ନିର୍ଲ୍ଲଜ।

ସେ ଦେହରେ ଦେହେ ମୋହ ଥିଲା।

ଭୁଇଁରେ ପାଦ ନ ଲଗାଇ

ସହଜରେ ସମସ୍ତଙ୍କୁ ପକାଇ ପଛରେ

ଆଗେଇ ଯିବାକୁ ଆଗକୁ -ସବୁଠୁ ଆଗକୁ।


ସେତେବେଳେ, କୋର୍ଟ-କଚେରି ଥିଲା,

ଆଇନ-ଅଦାଲତ ସବୁକିଛି ଥିଲା,

ମାତ୍ର, ସେ ସବୁ ଦର୍କାର ନ'ଥିଲା ମୋ'ର

କାରଣ, ମୋତେ ଦେହର ସାହାରା ନେଇ

କେବଳ ଆଗକୁ ଯିବାର ଥିଲା।


ଏକଥା ବି ମନେପଡେ ଆଜି,

ମୁଁ କେମିତି ବ୍ୟଗ୍ର ହେଉଥିଲି

ନିରୋଳାରେ ଭେଟିବାକୁ ତାଙ୍କୁ,

ଯାଚିବାକୁ ଦେହର ମହୁଲି

ଯାହାକୁ ସେ 'ନା' କରି ପାରିନଥାନ୍ତେ,

ସେ କଣ କହିପାରିଥାନ୍ତେ,

"ଅସମର୍ଥ ପୁରୁଷ ଟେ ମୁଁ !!"

ଯାହାହେଉ,କେଡେ ସହଜରେ

ସେତେବେଳେ କାମ ହେଇଗଲା !!


ନ'ଥିଲା ସେତେବେଳେ ଇଜ୍ଜତ ମୋର,

ଇଜ୍ଜତ ପାଇଁ ପରବାୟ ନ'ଥିଲା,

ମାୟା ନଗରୀରେ ଚେର ଭିଡୁ ଭିଡୁ

ବହୁତଳ ପ୍ରାସାଦ ଭିତରେ,

ବହୁଦାମୀ କାର ଭିତରେ ବସି

ଭାବିଲାରୁ ଅଚାନକ ଇଜ୍ଜତ ଗଜୁରି ଗଲା।


ସେବେ ଯେଉଁ ଭୟ ସବୁ ଥିଲା

ଏବେ ଆଉ ସେସବୁ ତ ନାହିଁ।

ସେବେ ଯେଉଁ ଦେହ ଥିଲା

ଏବେ ସେଇ ଏକା ଦେହ ଅଛି

ହେଲେ,ଆଗର ସେ ମାଦକତା କାହିଁ !

ଚର୍ଚ୍ଚାରେ ରହିବାର ମୋହ

ବିଲକୁଲ ସେତେବେଳ ପରି,

ନୂଆ ବୃତ୍ତି ଆବୋରିବା ପାଇଁ

ଆଗକୁ ଆସିବା ଜରୁରୀ,

ସେଥିପାଇଁ 'ମି ଠୁ' ହିଁ ଖୋରାକ ଦେଲା

ମିଛରେ ଆଉକିଛି ମିଛ ଯୋଡ଼ିଦେଲି ଯେ

ମୋ'ମୁହଁରୁ'ମି ଠୁ'ର ମହାମନ୍ତ୍ର ଶୁଣି

ଆଲ୍ଲାଦିନ ଦୀପର ଜିନ

ସମାଧାନ ସୂତ୍ର ଖୋଜିଆଣି

ରାତାରାତି ହାତରେ ଧରେଇ ଦେଲା।।

====©====

ବିନୟ ଭୂଷଣ ପାଣିଗ୍ରାହୀ(ମିଟୁ)

ନୀଳାଦ୍ରି ବିହାର, ଭୁବନେଶ୍ୱର

୯୯୩୭୫୪୮୪୩୧

୯୪୩୮୬୭୦୧୨୦

==============

ହରସିଂହ ପୁର,ପିରହାଟ ବଜାର,

ଭଦ୍ରକ-୭୫୬୧୩୧


Rate this content
Log in

Similar oriya poem from Inspirational