STORYMIRROR

Puspita Dash

Inspirational

2  

Puspita Dash

Inspirational

ମହୁମାଛି

ମହୁମାଛି

1 min
13.7K


ଫୁଲରୁ ଫୁଲକୁ ଉଡିବୁଲେ

ମହୁମାଛି ମୁଁ ଯେ ଘୂରିବୁଲେ,

ମହୁ ଟିକେ ପାଇଁ କେତେ ଶ୍ରମ କରେ

ଜାଣିଛ କି ତୁମେ ଆରେ ପିଲେ?

ଲକ୍ଷ ଲକ୍ଷ ଫୁଲ ମୁଁ ଯେ ଚାହେଁ

ଯୋଜନ ଯୋଜନ ପଥ ଯାଏ,

ମହୁ ଆଣି ତାକୁ ବସାରେ ସଞ୍ଚେ ମୁଁ

ମଣିଷ ନିଏ ବା ପଶୁ ଖାଏ ||


ମଧୁ ଅଟେ ଅତି ଉପକାରୀ

କାଶ ,କଫ ,କ୍ଷତ ଦୂର କରି,

ଯକୃତକୁ କରେ ପରିଷ୍କାର

ଉଚ୍ଚ ରକ୍ତଚାପେ ଉପକାରୀ ||


ଶକ୍ତିର ଅଟଇ ଉତ୍ସ ମଧୁ

କେଶ ପାଇଁ ଅତି ଉପଯୁକ୍ତ,

ପ୍ରାକୃତିକ ଏକ ପ୍ରସାଧନ

ଚର୍ମ ପାଇଁ ଅତି ଆବଶ୍ୟକ;

ମଧୁମେହ ରୋଗ କରେ ଦୂର

ବ୍ରଣ ଯେ କରଇ ପରିଷ୍କାର,

ଏପରି ମଧୁକୁ ସଂସାର ହିତରେ

ସଂଚୟ କରେ ମୁଁ ବାରବାର ||


ଛୋଟ ମୁଁ କୀଟଟେ କଥା ସତ,

ଜୀବନ ମୋ ଲାଗେ ପ୍ରାଣୀ ହିତ

ଔଷଧ ଯେ ମଧୁ ବଳକାରକ ସେ

ମହୁ ଖାଏ ଯିଏ ରହେ ସୁସ୍ଥ;

ଛୋଟ ଜୀବନଟେ ଜୀଇଁ ଯାଏ

ପରିଶ୍ରମେ ସଦା ମନ ଦିଏ,

ଅଳସୁଆ ହୋଇ କଥା କହେ ନାହିଁ

ସମୟକୁ ମୁଁଯେ ମୂଲ୍ୟ ଦିଏ ||


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational