STORYMIRROR

Dharmaraj Majhi

Abstract

2  

Dharmaraj Majhi

Abstract

ମହୁଲ ଫୁଲ

ମହୁଲ ଫୁଲ

1 min
407


ସୁଖର ବର୍ଷା ହୋଇ ଟାପ ଟୁପ ଖସୁଛି ଆଶିଷ,

ଆକୁଳରେ ଗୋଟେଇ ଚାଲିଛି ମଣିଷ,

ଦୁଇ ହାତରେ ଝୁଡି ପରେ ଝୁଡି,

ସୁଖ ଆଉ ସୁଖ


ସାଜି ପ୍ରଜାପତି ନିମଗ୍ନ ବଢ଼ି ଭୋରରୁ

ମହମହ ବସୁଥିବା ମହୁଲକୁ

ବାଉଁଶ ଡ଼ାଲାରେ ସଂଜିବାରେ ବ୍ୟସ୍ତ


ସାଉଁଟି ପାରିଲେ ତ ,

ସେ ହେବ ଧନୀ

ବିଛେଇ ଦେଇ ଅଗଣାରେ

ଦେଖାଇବ ସଦର୍ପେ ,

ତା ସମସ୍ତ ସାଫଲ୍ୟ,

ପ୍ରତୀକ୍ଷା କରି ପ୍ରଖର ଉଷ୍ଣତାର


ଆଖିର ଆଦ୍ରତା କମିଲେ ତ

ଓଠରେ ହସିବ ସ୍ମିତ ହସ

ମହୁଲ ଶୁଖି ଲାଲ ହେଲେ ବଢ଼ିବ ମୂଲ

ତେବେ ତ ଆସିବ,

ସୁଖ କିଣିବାର ମିଠା ମିଠା ବେଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract