ମହତ
ମହତ
ଆଲୋକର ଉତ୍ସ ଲଣ୍ଠନ
ସନ୍ଧ୍ୟା ର ଆଗମନ
ଦରକାରୀ କରେ ଯତନ
କିରୋସିନି ଟିକେ ପିଇ
ଆବାଳ ବୃଦ୍ଧବୃଦ୍ଧାଙ୍କ ସାଥି ସିଏ
ଜ୍ବଳନରେ ଆଲୋକ ପ୍ରଦାନ
ଏବେବି କାମଦିଏ ଦରଦୀ ତା ମନ
ଜାଣିନାହିଁ ସ୍ଖଳନ, ଆନନ୍ଦ ପ୍ରଜ୍ବଳନ
ସାମୟିକ ତ୍ରୁଟି ବିଚ୍ୟୁତି ଭିତରେ
ଅନ୍ଧାରକୁ ନାସି କରେ ଆଲୋକ ପ୍ରଦାନ.
