ମହିଳା ଜାତି
ମହିଳା ଜାତି
ପ୍ରଭାତ ସୂରୁଜ ଉଇଁ ଆସୁଥାଏ ଯେବେ
ବୃନ୍ଦାବତୀ ମୂଳେ ପାଣି ଢାଳୁଥାଏ ତେବେ,
ନିଶିଥିନୀଟା ପାହିଗଲାଣି କାହିଁ କେତେବେଳୁ
କାକଳିର ଶୂନ ସୃତି ହେଉଛି ଏବେ।
ମା' ଦଶଭୂଜାର ଦଶହସ୍ତ ଅବଦାନେ ମିଳିଛି
ତଥାପି କରିବାକୁ କାର୍ଯ୍ୟ ବଳକା ପଡୁଛି,
ହାର୍ ନମାନି କୌଶଳେ ଆଗକୁ ବଢୁଛି
ଆପଣାର ସାରି ଅନ୍ୟର ଭାଗୀଦାର ସାଜିଛି।
ତା ଥୈ ଥୈ ପାଦ ତା ନାଚୁଛି
ଅନ୍ୟର କରତାଳକୁ କାନ ସେ ପାରିଛି,
କ୍ଷୀଣ ଶରୀର ଯେବେ ଶତ୍ରୁତା କରୁଛି
ଛଳ ଛଳ ଆଖି ସେଜକୁ ମନ ନବଳାଉଛି।
ହସ ଫୁଟୁଥାଏ ସଦା ମୁଖେ ତାହାର
କେତେ ଆଖିର ଲୁହକୁ କରି ନିଜର,
ଆଶ୍ଵାସନା ଭରା କଥା କହି କହି
ନେଇଯାଏ ସଭିଙ୍କ ମନକୁ ମୋହି।
ଗୃହିଣୀ ହେଉ ଅବା କର୍ମଜୀବୀ ମହିଳା ଜାତି
ହସିହସି ସହିଯାଏ ସବୁ ମଥାକୁ ପାତି,
ବିରାମ ରହିତ ଜୀବନ ଯନ୍ତ୍ରଣାରେ ଜର୍ଜରିତ
ଦୁନିଆ ହାତେ ଅବଳା,ଅଟେ ମର୍ମାହତ।