STORYMIRROR

Manaswinee Dash

Inspirational

3  

Manaswinee Dash

Inspirational

ଇଶ୍ବରଙ୍କ ସହ ପ୍ରଶ୍ନୋତ୍ତର

ଇଶ୍ବରଙ୍କ ସହ ପ୍ରଶ୍ନୋତ୍ତର

1 min
168


ମନରେ ଥିଲା ହଜାରେ ପ୍ରଶ୍ନ, 

ଭାବିଲି ପଚାରିବି ଯେବେ ଇଶ୍ବର ଦେବେ ଦରଶନ, 

ନିତି ଶୋଇଲା ବେଳେ କହିକି ଶୋଏ, 

ହେଲେ କେବେ ଦରଶନ ନ ପାଏ। 


ଦିନେ ମୋ କଥା ହେଲା ସତ, 

ସପନେ ହେଖିଲି ବିଦ୍ଯମାନ ଶିବ ସାକ୍ଷାତ, 

କହିଲେ ଆଜି ମୁଁ ଦେବି ତୋର ଉତ୍ତର, 

କଣ ଜାଣିବାକୁ ଚାହଁ ପଚାର। 


ଜନମ ଦେଇକି ଦେଲ କାହିଁକି କଷ୍ଟ, 

ଜୀବନ ପ୍ରତି ମୁଁ ଭାରି ରୁଷ୍ଟ, 

କହିଲେ ଆରେ ଅଧମ, 

କଷ୍ଟ ଦେଇ ତୋତେ ଶକ୍ତ କରିବା ମୋ କାମ। 


ପଚାରିଲି କର୍ମ ଜଂଜାଳି କଲ ମୋତେ, 

ତୁମ ଆରାଧନା କରିବି କେମନ୍ତେ? 

କର୍ମ ହିଁ ତୋର ଧରମ, 

ତହିଁରୁ ସମୟ ମୋ ପାଇଁ କାଢୁଛୁ କି ନାହିଁ ସେଇଟା ମୋର ମର୍ମ। 


କଠିନ ବଚନ ଶୁଣୁଛି ନିତି, 

କେମିତି କରିବି ସେଠି ପିରତି?

କଠିନ ବଚନକୁ କି ମନେ ନ ନେଇ, 

ପ୍ରେମ ତତେ ଦବ ସବୁ ବଢେଇ। 


କାହିଁକି ସହିବି ମୁଁ ଅତ୍ୟାଚାର? 

କରୁଛି ଯିଏ ଅତ୍ୟାଚାର, 

ସିଏ ତ ତୋର ନିକଟତର, 

ଦିନେ ହବ ସିଏ ଦାସ ତୋହର। 


କାହିଁକି କଲ ମୋତେ ଶଯ୍ୟାଶାୟୀ? 

ଜୀବନ ଯାକର ସମୟ ନ ପାଇ, 

ପାରୁନି ତୋ କଷ୍ଟ ଦେଖୀ, 

ଏ ସବୁ ପ୍ରଶ୍ନ ପରେ ଦେବି ତତେ ମୁଁ ମୁକ୍ତି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational