STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଯୋଗ

ଯୋଗ

1 min
181

ସମଗ୍ର ଜୀବନ ହିଁ ଏକ ଯୋଗ

ଶାରୀରିକ ମାନସିକ ଭାବର ଏ ଅନୁରାଗ

ରଖେ ସୁସ୍ଥ ସବଳ ଯୁବା ନୀରୋଗ

ବୈରାଗ୍ୟତାର ଏ ସାତ୍ତ୍ଵିକ ଉପଯୋଗ

ସାଧାରଣ ଅର୍ଥରେ 'ଯୋଗ' ଗାଣିତିକ ପ୍ରକ୍ରିୟା

ଦୁଇ ବା ତତୋଧିକ ରାଶିକୁ ଏକତ୍ର କରି

ସମଷ୍ଟିର ମୂଲ୍ୟ ନିରୂପଣ କରିବା ତା' ପ୍ରତିକ୍ରିୟା

ଯୋଗରେ ପରିମାଣର ହୋଇଥାଏ ଅଭିବୃଦ୍ଧି

ସଫଳତା ପାଇବାର ସାମର୍ଥ୍ୟ ଏ ବିଧି

ଶାସ୍ତ୍ରୀୟ ଜ୍ଞାନରେ 'ଯୋଗ' ଅଟେ ଆଧ୍ୟାତ୍ମିକ

ମହର୍ଷି ପାତଞ୍ଜଳି ଅଟନ୍ତି ତାର ପ୍ରଣେତା ପ୍ରବର୍ତ୍ତକ

ସଂଜ୍ଞା ନିରୂପଣ କରିଛନ୍ତି ବିଶେଷ ଭାବେ

"ଯୋଗ ଚିତ୍ତବୃତ୍ତି ନିରୋଧ" ଅନୁଭବେ

ଅଷ୍ଟାଙ୍ଗ ସୋପାନରେ କରିଛନ୍ତି ବିଭକ୍ତ

ଇନ୍ଦ୍ରିୟ ଶକ୍ତିକୁ ସଂଯମତାରେ କରେ ନିୟନ୍ତ୍ରିତ

"ଯମ୍ ନିୟମ ଆସନ ପ୍ରାଣାୟାମ 

ପ୍ରତ୍ୟାହାର ଧାରଣା ଧ୍ୟାନ ସମାଧି" ଆଠ ଭାଗ

ପୁନଶ୍ଚ ଯମ୍ ନିୟମରେ ପାଞ୍ଚ ପାଞ୍ଚ ଉପଭାଗ

ସତ୍ୟ ଅହିଂସା ଅସ୍ତ୍ୟେୟ ବ୍ରହ୍ମଚର୍ଯ୍ୟ ଅପରିଗ୍ରହ

ନିୟମରେ ପାଞ୍ଚ :-- ଶୌଚ ସନ୍ତୋଷ ତପଃ

ସ୍ଵଧ୍ୟାୟ ଈଶ୍ବରପ୍ରଣିଧାନ ଯେତେ ସୂତ୍ର

ପାଳି ଏ କ୍ରିୟାମାଣ ବିଧି ବିଧାନ ଯେ ସବୁ

ନିରବିଚ୍ଛିନ୍ନ ଭାବେ କରୁଥିଲେ ଯୋଗ ସାଧନ

ଆତ୍ମା ପରମାତ୍ମାଙ୍କର ହୁଏ ସାକ୍ଷାତକାର

ଶରୀର ରହେ ସୁନ୍ଦର ଯୁବା ନିରୋଗ ନିରାମୟ

ଆସେନା ଜରା ବ୍ୟାଧି ଅକାଳ ମୃତ୍ୟୁ

ସାଧକ ସାଧନାରେ ହେଲେ ଯୋଗାଗ୍ନୀମୟ

ଶାରୀରିକଠାରୁ ମାନସିକ କ୍ରିୟା ବେଶି

ନିର୍ମଳ ପବିତ୍ର ନିର୍ବିକାର ନ ହେଲେ ଚଞ୍ଚଳ ମନ

ଆସେନା ଏକାଗ୍ରତା କି ସଂଯମତା

ବିଷୟା ବିଷ ଛାଡି଼ ରହେନା ସ୍ଵତନ୍ତ୍ର ସ୍ଵାଧୀନ

ପାର୍ଥିବ କାମନାରେ ହୋଇ ଆସକ୍ତ

ଭୋଗ କରେ ସାଂସାରିକ ଦୁଃଖ କ୍ଳେଶ

"କାମନାର ବିନାଶରେ ହୁଏ ଦୁଃଖର ବିନାଶ"

ତଥାଗତ ବୁଦ୍ଧଦେବଙ୍କର ଏ ଅକାଟ୍ୟ ସିଦ୍ଧାନ୍ତ

ଯୋଗ ତାର ସତ୍ୟତା କରେ ପ୍ରମାଣିତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational