STORYMIRROR

pranati Mahapatra

Inspirational

4  

pranati Mahapatra

Inspirational

ମହାସ୍ନାହାନ

ମହାସ୍ନାହାନ

1 min
22.5K

ମହାସ୍ନାହାନ

💐💐💐💐💐💐


ବରଷକେ ଥରେ ସୁନାକୂଅ ଜଳେ

 ମୋ ଜଗା କରିବ ମହାସ୍ନାହାନ,

ସେ ଜଳ ସ୍ପର୍ଶ ରେ ଧନ୍ୟ ହୋଇଯିବ

ମୋର ଏ ମଣିଷ ଜନ୍ମ।

ଆଜି ତ ମୋହରି ଜନମ ଦିନ


ହୋଇଥିଲି ତାର ମହାସ୍ନାନ ବେଳେ

ନିଜକୁ ମଣୁଛି ଆଜି ମୁଁ ଧନ୍ୟ।

ଆଜି ମୋ ଜଗାର ମହାସ୍ନାନ।

ତା ସ୍ନାନ ଜଳକୁ ଢୋକେ ପିଇ ଦେଲେ

ପବିତ୍ର ହୋଇବ ଏ ଆତ୍ମା ଦେହ ମନ।

ଆଜି ମୋ ଜଗାର ମହାସ୍ନାନ।


ତାର ସ୍ନାନ ଜଳ ଧରାରେ ପଡିଲେ

ହୋଇ ଯିବ ମହାମାରୀ ଦୂର।

 ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ବେଦୀ ପରେ

 ସଭିଙ୍କୁ ଦରଶନ ଦେବେ 

ଏ ଧରାଧାମର ଦୁଃଖ ବିପତ୍ତିରୁ 

ସଭିଙ୍କୁ ସେ ତ ଉଦ୍ଧାରିବେ।

 ମହାସ୍ନାହାନ ଜଗା କରିବେ।


ମହାସ୍ନାନ କରି ଦୁଃଖ ହରିନେଇ

ମୋ ଜଗା ବଳିଆ ଜରେ ଶୋଇବେ

ଅଣସର ଘରେ ଏକା ରହିବେ।

ଲୀଳାମୟ ହରି ବିଚିତ୍ର ଲୀଳାରେ

ଜଗତଜନଙ୍କୁ ସୁଖ ଶାନ୍ତି ଦେବେ।

ମହାସ୍ନାନ ଆଜି ଜଗା କରିବେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational