STORYMIRROR

Kabiratna Nutan Kumar Behera

Abstract Drama Classics

3  

Kabiratna Nutan Kumar Behera

Abstract Drama Classics

ମହାଶକ୍ତି ସ୍ଵରୂପିଣୀ ମା' କାଳୀ

ମହାଶକ୍ତି ସ୍ଵରୂପିଣୀ ମା' କାଳୀ

1 min
197


ଆଦିଶକ୍ତି ମାତା     ଅଯୋନି ସମ୍ଭୁତା

       ସୃଷ୍ଟିର ରକ୍ଷାକାରିଣୀ,

ଯୁଗେ ଯୁଗେ ଭବେ   ତାଙ୍କ ଆବିର୍ଭାବେ

       ସୁରକ୍ଷିତ ରହେ ପ୍ରାଣୀ।

ମହାଶକ୍ତି ରୂପେ    ସଂହାରନ୍ତି କୋପେ

       ଦୁଷ୍ଟ ଦାନବଙ୍କ କୁଳ,

ଜଗତ କଲ୍ୟାଣେ    ଅବତରୀ ରଣେ

       କରନ୍ତି ସର୍ବ ମଙ୍ଗଳ।

ଏକ ବ୍ରହ୍ମଶକ୍ତି       ପାପୀଙ୍କୁ ନିପାତି

        ପ୍ରତିଷ୍ଠା କରନ୍ତି ଶାନ୍ତି,

ଧରି ନାନା ରୂପ       ବିନାଶନ୍ତି ପାପ

        ଆଣି ନବ ନବ କ୍ରାନ୍ତି।

ସେ ଦୁର୍ଗା ସେ କାଳୀ ଦୁଃଖ ଦୈନ୍ୟ ଟାଳି

        ଦିଅନ୍ତି ଆଶିଷ ଢ଼ାଳି,

ଭକ୍ତଜନେ ପୂଜି        ଧରମ ଅରଜି  

       ହୋଇଥାନ୍ତି ମହାବଳୀ।

ମର୍ତ୍ତ୍ଵପୁରେ ତିନି     ଦୈତ୍ୟ ରୂପ ଘେନି

      ଚଣ୍ଡ ମୁଣ୍ଡ ରକ୍ତବୀର୍ଯ୍ୟ,

ବହୁ ଅତ୍ୟାଚାର      କରି ବାରମ୍ବାର

      ଧ୍ଵଂସିଲେ ସୁଖ ଐଶ୍ୱର୍ଯ୍ୟ।

ଉଚ୍ଛନ୍ନେ ସଂସାର     ସର୍ବେ ହାହାକାର    

      କରୁଥିଲେ ଅସହାୟେ ,

ଘର ଦ୍ଵାର ଛାଡ଼ି      ଜୀବନ ବିଗାଡି

       ଛପି ରହୁଥିଲେ ଭୟେ।

ଚଣ୍ଡି ରୂପ ଧରି       ରାକ୍ଷସ ସଂହାରି

      ମାତା ହେଲେ ବିଜୟିନୀ,

କାଳକୁ ସେ ଜୟ     କରି ଯେ ଅଭୟ

      ଦେଲେ ହସ ଖୁସି ଆଣି।

ଉଗ୍ର ଚଣ୍ଡି ରୂପେ    ଭୟଙ୍କର କୋପେ

       ମାତା ରହିଲେ ଅଶାନ୍ତ,

ଦେଖି ସେ ତାଣ୍ଡବ    ବାରେ ମହାଦେବ

      ଚାହିଁଲେ କରିବେ କ୍ଷାନ୍ତ।

ନିରୁପାୟ ହୋଇ   ଦ୍ଵାର ଦେଶେ ଶୋଇ

      ଯିବା ବାଟ କଲେ ବନ୍ଦ,

ମାତା ଯେବେ ଚାହିଁ   ଦେଖିଲେ ଅନାଇଁ

     ହୋଇଗଲେ ସେ ନିସ୍ପନ୍ଦ।

ଶାନ୍ତ ହୋଇ ଦେବୀ    ରହିଲେ ନୀରବି

       ହୋଇଲେ କରୁଣାମୟୀ,

ସେହି ରୂପେ ପୂଜା     ପା'ନ୍ତି ଅଷ୍ଟଭୁଜା

      ମାଆ କାଳୀ କୃପାମୟୀ।

କାର୍ତ୍ତିକ ଉଆଁସେ   ଯେବେ ନିଶା ଆସେ

      ହୁଏ ଦେବୀ ଆରାଧନା,

ବିଧି ବିଧାନରେ     ନିଷ୍ଠା ସହକାରେ

       ହୁଅଇ ପୂଜା ଅର୍ଚ୍ଚନା।

ମାଆ କାଳୀ ପାଶେ  ବିନୟେ ମନାସେ

        ଅପସରି ଯାଉ କାଳ,

କରୁଛି ପ୍ରାର୍ଥନା      କରନ୍ତୁ କରୁଣା

       ଜୀବନ ହେଉ କରୁଣା।





      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract