ସ୍ବାଧୀନଚେତା ଉନ୍ମୁକ୍ତ ବକ୍ତା
କାହିଁଗଲ କେଣେ ହଜି
ପ୍ରକୃତି କୋଳେ ବଢ଼ି ହେ ମହାନାୟକ
ମନେପକାଅନ୍ତି ଆଜି ଉତ୍କଳରାଜି
ଅଠରଶହ ଚଉଷଠି ମେଁ ପାଞ୍ଚତାରିଖ
ଲଚ୍ଛମନ ନାୟକ ବାଇଗଣି ଦେବୀଙ୍କ ଭୋଜି
ପୁତ୍ର ରୂପେ ପାଇ ଧରଣୀଧର ଖୁସିରେ ମଜ୍ଜି
ଶିକ୍ଷା ଲାଭ କରିବାକୁ ପ୍ରେରଣାରେ ପ୍ରେରିତ
ଧନୁର୍ଜ୍ଜୟ ନାରାୟଣ ଭଞ୍ଜଙ୍କ ରାଜି
କେନ୍ଦୁଝର ରାଜ୍ୟର ସର୍ଭେୟର ଭାବେ
କାର୍ଯ୍ୟ କରିଥିଲେ ଆପଣ କାଜି
ଭୂୟାଁ ସାମ୍ପ୍ରଦାୟର ସ୍ବାଧୀନଚେତା
ଉତ୍ସାହୀ ଯୁବକ ଦେଶ ଜାତିର ସଂହିତା ହେଜି
ମୁକ୍ତିକାମୀ ଭୂୟାଁଙ୍କୁ ସଂଗଠିତ କରି
ସତ୍ୟବାଦୀତାର ମହନୀୟ ଗୁଣେ ମଜ୍ଜି
ଇରେଜ କବଳୁ ଦେଶ ସ୍ବାଧୀନତା ପାଇଁ
ବିପ୍ଳବର ଭେରୀ ଉଠିଥିଲା ବାଜି
ଉଣେଇଶ ଶହ ଚଉରାଳିଶ ଜୀଵନଦୀପ ତେଜି
ବୈଶାଖ ପୂର୍ଣ୍ଣମୀରେ ଆଜି
ଧର୍ଯ୍ୟ ସାହାସ ଭରି ବ୍ରିଟିଶ ଶକ୍ତି
ବିରୁଦ୍ଧରେ ଉଠିଥିଲ ଜାଗି
ଫେରିଆସ ଭୂୟାଁ ଜାତି ବରପୁତ୍ର ହେ
ଦୀପ ତେଜି ଆଜି ଅଛୁ ଜାଗି